ଗଜପତି : ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ଆରମ୍ଭ ହୋଇଛି ସେରୋ ସର୍ଭେ । ପ୍ରଥମ ପର୍ଯ୍ୟାୟରେ ସହରର ୨୦ଟି ସାହିରୁ ୫୦ ଜଣଙ୍କର ନମୁନା ସଂଗ୍ରହ କରାଯିବ । ଏଥିରେ ଭୁବନେଶ୍ୱର ଆଇସିଏମଆର ଓ ଆରଏମଆରସିର ସ୍ୱତନ୍ତ୍ର ଟିମ୍ ନିୟୋଜିତ ଅଛନ୍ତି । ୫ଟି ଟିମରେ ବୈଜ୍ଞାନିକଙ୍କ ସହ ଡାକ୍ତର ଓ ଜିଲ୍ଲା ପ୍ରଶାସନର ଅଧିକାରୀ ରହିଛନ୍ତି ।
ଜିଲ୍ଲାପାଳ ଅନୁପମ ଶାହା ସମସ୍ତ ପରୀକ୍ଷା କେନ୍ଦ୍ର ବୁଲି ପୁରା ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି । ସହରରେ କରୋନା କେତେ ବ୍ୟାପିଛି ଏବଂ କେତେ ପ୍ରତିଶତ ଲୋକଙ୍କ ଦେହରେ ଆଂଟିବଡି ସୃଷ୍ଟି ହୋଇଛି ତାହା ଏହି ସର୍ଭେରୁ ସ୍ପଷ୍ଟ ହେବ । ଏହାକୁ ଆଧାର କରି କୋଭିଡ ମୁକାବିଲା ଆଗାମୀ ପଦକ୍ଷେପ ଗ୍ରହଣ କରାଯିବ । ମୋଟ ଉପରେ କରୋନା ସଂକ୍ରମିତ ଅଂଚଳରୁ ହଜାରେ ଲୋକ ଏବଂ ୫ଶହ ଜଣ କୋଭିଡ ଯୋଦ୍ଧାଙ୍କ ନମୁନା ପରୀକ୍ଷଣ କରାଯିବ ।



Visitors Today : 1
Total Visitors : 130170
Total Views : 9891616
Visitors Online Now : 0