ଭୁବନେଶ୍ୱର: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି । କରୋନା ମହାମାରୀର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କଠାରୁ ନେଇ କେନ୍ଦ୍ର ସରକାର ଯାଏ ବିଭିନ୍ନ ପଦକ୍ଷେପ ମାନ ନିଆଯାଉଛି । ତେବେ ରାଜ୍ୟରେ ପ୍ଲାଜମା ଥେରାପିକୁ ନେଇ ଏକ ଖୁସି ଖବର ଆସିଛି । ଇତି ମଧ୍ୟରେ ରାଜ୍ୟରେ ପ୍ଲାଜମା ଥେରାପିକୁ ନେଇ ଏକ ଖୁସି ଖବର ଆସିଛି । ପ୍ରାୟ ହଜାରେ କରୋନା ରୋଗୀଙ୍କୁ ପ୍ଲାଜମା ଥେରାପି ମାଧ୍ୟମରେ ଚିକିତ୍ସା କରାଗଲାଣି । ରାଜ୍ୟରେ କରୋନା ଚିକିତ୍ସା ପାଇଁ ପ୍ଲାଜମା ଥେରାପିରେ ଏହା ଏକ ମାଇଲଖୁଣ୍ଟ । ଏ ସମ୍ପର୍କରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଟ୍ୱିଟ୍ କରି ଜଣାଇଛି । ଥେରାପିର ସଫଳତାକୁ ଦେଖି ସରକାରୀ ଓ ବେସରକାରୀ କୋଭିଡ଼୍ ଚିକିସାଳୟରେ ପ୍ଲାଜମା ମିଳିବାର ବନ୍ଦୋବସ୍ତ କରାଯାଇଛି । ଯିଏ ଆବଶ୍ୟକ କରିବେ ତାଙ୍କୁ ପ୍ଲାଜମା ଚିକିତ୍ସା କରାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ କହିଛି । କରୋନାରୁ ସୁସ୍ଥ ରୋଗୀଙ୍କୁ ପ୍ଲାଜମା ଦାନ କରିବାକୁ ଉତ୍ସାହିତ କରାଯାଉଛି ।



Visitors Today : 1
Total Visitors : 130211
Total Views : 9891679
Visitors Online Now : 0