spot_img

ବି.ଟେକ୍ ନାମଲେଖା ପାଇଁ ଅକ୍ଟୋବରରେ ହେବ କାଉନସେଲିଂ

ଭୁବନେଶ୍ୱର : ରାଜ୍ୟରେ ଥିବା ସରକାରୀ ଓ ବେସରକାରୀ ଇଞ୍ଜିନିୟରିଂ କଲେଜର ବି.ଟେକ୍, ବି.ଆର୍କିଟେକ୍ ଓ ଇଣ୍ଟିଗ୍ରେଟେଡ୍ ଏମସିଏ ପାଠ୍ୟକ୍ରମରେ ନାମଲେଖା ପାଇଁ ଅକ୍ଟୋବର ପ୍ରଥମ ସପ୍ତାହରେ କାଉନସେଲିଂ ଅନୁଷ୍ଠିତ ହେବ ବୋଲି ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଜେଇଇ ମେନ୍ ରାଙ୍କ ପାଇଥିବା ଛାତ୍ରଛାତ୍ରୀ ଓଜେଇଇ ୱେବସାଇଟ୍ ‘www.ojee.nic.in/www.odishajee.com’ ରେ ନାମ ପଞ୍ଜୀକରଣ କରି କାଉନସେଲିଂରେ ଅଂଶଗ୍ରହଣ କରିପାରିବେ। ଏସମ୍ପର୍କିତ ସବିଶେଷ ତଥ୍ୟ ଯଥା କାଉନସେଲିଂ କେବେଠାରୁ ହେବ, ପ୍ରକ୍ରିୟା କେମିତି ରହିବ, ସିଟ୍ କେତେ ଅଛି ତାହା ୱେବସାଇଟରେ ପ୍ରକାଶ ପାଇବ। ତେବେ ଛାତ୍ରଛାତ୍ରୀଙ୍କ ଜାଣିବା ଲାଗି ଓଜେଇଇ ୱେବସାଇଟରେ ୨୦୧୯-୨୦ ଶିକ୍ଷାବର୍ଷର ତଥ୍ୟ ଦିଆଯାଇଛି। ଯାହାକୁ ଆଧାର କରି ୨୦୨୦-୨୧ରେ ନାମଲେଖା ଲାଗି ପ୍ରସ୍ତୁତ ହୋଇପାରିବେ। ଖୁବଶୀଘ୍ର ପ୍ରକ୍ରିୟା ଆରମ୍ଭ ହେବାକୁ ଥିବାରୁ ଛାତ୍ରଛାତ୍ରୀ ଅବାସିକ ପ୍ରମାଣପତ୍ର, ଜାତୀ ପ୍ରମାଣପତ୍ର, ଆୟ ପ୍ରମାଣପତ୍ର ଆଦି ଡକ୍ୟୁମେଣ୍ଟ ପ୍ରସ୍ତୁତ କରିବାକୁ ଓଜେଇଇ ପକ୍ଷରୁ ପରାମର୍ଶ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular