spot_img

ଅନୁଗୁଳରେ ଜଙ୍ଗଲୀ ହାତୀଙ୍କ ଉପଦ୍ରବ

ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡା ବ୍ଲକ ଅଞ୍ଚଳରେ କିଛିଦିନ ହେବ ଜଙ୍ଗଲୀ ହାତୀଙ୍କ ଉପଦ୍ରବ ବଢ଼ିବାରେ ଲାଗିଛି । ଗତକାଲି ବିଳମ୍ବିତ ରାତିରେ କରଡ଼ାପାଳ ପଞ୍ଚାୟତର କରଡ଼ାପାଳ ଗ୍ରାମରେ ପାଖାପାଖି ୧୦ ଏକରରୁ ଉର୍ଦ୍ଧ୍ୱ ଧାନ କିଆରୀରେ ହାତୀପଲ ପଶି ଧାନ ଖାଇବା ସହ ଦଳିଚକଟି ନଷ୍ଟ କରିଛନ୍ତି । ତେବେ ଗାଁର ପାଖ ଜଙ୍ଗଲରେ ୫ରୁ ୭ଟି ହାତୀ ରହିଥିବାରୁ ରାତିରେ ଚାଷ ଜମିକୁ ପଶି ଆସୁଛନ୍ତି । ଏନେଇ ବନ ବିଭାଗକୁ ଖବର ଦେଇଥିଲେ ସୁଦ୍ଧା ହାତୀ ଘଉଡାଇବା ପାଇଁ ବନବିଭାଗ ପକ୍ଷରୁ କୌଣସି ସୁବିଧା କରାଯାଇନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ତୁରନ୍ତ କ୍ଷତିପୂରଣ ବାବଦକୁ ସରକାରୀ ସହାୟତା ପାଇଁ ଦାବି କରିଛନ୍ତି ଗ୍ରାମବାସୀ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular