ଭୁବନେଶ୍ୱର : ଭୁବନେଶ୍ବରରେ ଅଭାବନୀୟ କାଣ୍ଡ । ମାଆର ଅତ୍ୟାଚାର ସହିନପାରି ମାଆକୁ ହତ୍ୟା କଲେ ଦୁଇ ପୁଅ । ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଅଞ୍ଚଳର ଘଟିଛି ଘଟଣା । ମୃତ ମହିଳାଙ୍କ ନାଁ ବିନୋଦିନୀ ମିଶ୍ର । ବିନୋଦିନି ଦୁଅ ପୁଅଙ୍କ ସହିତ ଉକ୍ତ ଆପାର୍ଟମେଣ୍ଟକୁ ୨ ମାସ ପୂର୍ବରୁ ଆସିଥିବା ବେଳେ ତାଙ୍କ ସ୍ୱାମୀ ରାଉରକେଲାରେ ରହୁଥିବା ସୂଚନା ମିଳିଛି । ଭୁବନେଶ୍ବରରେ ମାଆଙ୍କ ପାଖରେ ଦୁଇ ପୁଅ ରହୁଥିଲେ । ଦୁଅ ନାବାଳକଙ୍କ ମଧ୍ୟରୁ ଜଣେ ଦଶମ ଶ୍ରେଣୀର ଛାତ୍ର ଥିବାବେଳେ ଅନ୍ୟଜଣେ ଅଷ୍ଟମ ଶ୍ରେଣୀର ଛାତ୍ର ଥିଲେ । ଜଣେ ପୁଅର ବୟସ ୧୨ବର୍ଷ ଏବଂ ଅନ୍ୟ ଜଣଙ୍କ ବୟସ ୧୫ବର୍ଷ ।

ସୂଚନାନୁସାରେ ବିନୋଦିନି ଙ୍କର ପରକୀୟ ପ୍ରୀତି ରହିଛି । ଏହା ସହ ଘରେ ମଦ୍ୟ ପାନ କରି ନିଜ ପୁଅଙ୍କୁ ବାଡା ବାଡି କରନ୍ତି । ଗତ କାଲି ରାତି ରେ କୌଣସି କାରଣ କୁ ନେଇ ଦୁଇ ପୁଅ ଓ ମା ଙ୍କ ଭିତରେ ବଚସା ହୋଇଥିଲା । ଏହାପରେ ହାତା ହାତୀ ହେବା ସମୟ ରେ ମା କୁ ଲୁହା ରଡ଼ ରେ ବାଡେଇ ମୁଣ୍ଡ କୁ ଆକ୍ରମଣ କରିଥିଲେ । ମହିଳା ଜଣକ ରକ୍ତ ଜୁଡୁବୁଡୁ ଅବସ୍ଥା ରେ ଅଚେତ ହେବାରୁ ପଡିସା ଘରକୁ ଫୋନ କରି ମେଡିକାଲ ନେବାକୁ ଦୁଇ ପୁଅ କହିଥିଲେ । ହେଲେ ପଡିଶା ଘର ଲୋକ ଆସିଲା ବେଳକୁ ମା ମୃତ୍ୟୁ ବରଣ କରି ସାରିଥିଲା । ପରେ ପୋଲିସ କୁ ଖବର ଦେବା ପରେ ଦୁଇ ପୁଅ କୁ ଥାନା ରେ ଅଟକ ରଖି ପଚରା ଉଚୁରା କରାଯାଉଛି । ମହିଳାଙ୍କ ଶବ ବ୍ୟବଛେଦ ପାଇଁ ଶବ କୁ ମେଡିକାଲ ପଠା ଯାଇଛି।ସେପଟେ ସାଇଣ୍ଟିଫିକ୍ ଟିମ୍ ମଧ୍ୟ କିଛି ସମୟ ପରେ ଘଟଣାସ୍ଥଳରେ ପହଞ୍ଚିବ ବୋଲି ସୂଚନା ମିଳିଛି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0