ବାଲେଶ୍ବର : ଆଜିର ସମାଜ ବିଜ୍ଞାନ ସହାଯ୍ୟରେ ନିଜର ସ୍ୱାସ୍ଥ୍ୟ ସମସ୍ୟାକୁ ସୁଧାରିବାକୁ ଚେଷ୍ଟା କରୁଛି । କିନ୍ତୁ ଏବେବି କିଛି ଅନ୍ଧବିଶ୍ୱାସ ରହିଛି । ଏପରି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ସୋର ଡାକ୍ତରଖାନାରେ । ସାପ କାମୁଡା ରୋଗୀଙ୍କୁ ଚାଲିଛି ଝଡାଫୁଙ୍କା।
ବାଲେଶ୍ବର ଜିଲ୍ଲା ସୋର ଡାକ୍ତରଖାନାରେ ଝଡ଼ାଫୁଙ୍କା ଚାଲିଛି । ଅନନ୍ତପୁର ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ସାପ କାମୁଡିଥିଲା । ସେ ଚିକିତ୍ସା ପାଇଁ ମେଡିକାଲ ଆସିଥିଲେ । ତେବେ ଅନ୍ଧ ବିଶ୍ବାସର ବଶବର୍ତ୍ତୀ ହୋଇ ଗୁଣିଆର ସାହାଯ୍ୟ ନେଇଥିବା ଜଣାପଡିଛି। ସାପ କାମୁଡ଼ିଥିବା ବ୍ୟକ୍ତିଙ୍କୁ ଝଡ଼ା ଫୁଙ୍କା କରୁଛନ୍ତି ଜଣେ ବ୍ୟକ୍ତି । ତେବେ ଗୁଣିଆ ଜଣଙ୍କ ଜଣେ ଅଧ୍ୟାପକ । ଜଣେ ଅଧ୍ୟାପକ ହୋଇ କେମିତି ଅନ୍ଧ ବିଶ୍ବାସକୁ ବିଶ୍ବାସକୁ ସେ ପ୍ରସୟ ଦେଉଛନ୍ତି ତାକୁ ନେଇ ଚର୍ଚ୍ଚା ଚାଲିଛି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0