ଭୁବନେଶ୍ବର : ବରିଷ୍ଠ ବିଜେପି ନେତା ତଥା ଅବସରପ୍ରାପ୍ତ ଆଇପିଏସ୍ ଅଶୋକ ସାହୁଙ୍କ ପରଲୋକ। ୬୮ ବର୍ଷ ବୟସରେ ଅଶୋକ ସାହୁଙ୍କ ପରଲୋକ ହୋଇଛି । କଟକର ଏକ ଘରୋଇ ମେଡିକାଲରେ ଆଖିବୁଜିଛନ୍ତି ବିଜେପିର ଏହି ବରିଷ୍ଠ ନେତା । ମିଳିଥିବା ଖବରଅନୁଯାୟୀ, ଅଶୋକ ସାହୁ ଗତ ୮ ତାରିଖ ଦିନ କଟକର ଏକ ଘରୋଇ ନର୍ସିଂହୋମରେ ପକ୍ଷାଘାତ ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ। କିନ୍ତୁ ଆଜି ସକାଳ ସମରେ ତାଙ୍କର ଦେହାନ୍ତ ହୋଇଥିବା ଖବର ମିଳିଛି ।
ସେହିପରି ଅଶୋକ ସାହୁ କୋରାପୁଟର ଜୟପୁରରେ ଜନ୍ମଗ୍ରହଣ କରିଥିଲେ। ସେ ପ୍ରଥମେ ଆସାମ କ୍ୟାଡରର ଆଇପିଏସ ଅଫିସର ହୋଇଥିଲେ। ଆସାମର ଅତିରିକ୍ତ ପୋଲିସ ଡିଜି ପଦବୀରୁ ସ୍ୱେଚ୍ଛାକୃତ ଅବସର ନେଇଥିଲେ । ପରେ ଓଡିଶା ବିଜେପିରେ ସାମିଲ ହୋଇଥିଲେ ଅଶୋକ ସାହୁ। ୨୦୦୯ ସାଧାରଣ ନିର୍ବାଚନରେ କନ୍ଧମାଳ ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିଲେ ଓ ପରେ ୨୦୧୪ରେ ପୁରୀ ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିଲେ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0