ଅନୁଗୋଳ : ଚେୟାରରେ ମାତ୍ର ୨ ଦିନ ବସିବା ପରେ ସରପ୍ରାଇଜ ଭିଜିଟରେ କଣିହାଁ ବ୍ଲକ ଆଉ ତାଳଚେର ମ୍ୟୁନିସିପାଲଟିର ବିଭିନ୍ନ ଉନ୍ନୟନମୂଳକ କାମ ବୁଲି ଦେଖିଛନ୍ତି ଜିଲ୍ଲାପାଳ। କଣିହାଁ ବ୍ଲକର ପରାବିଲ ପଞ୍ଚାୟତର ରାସ୍ତା ନିର୍ମାଣ, ପୋଖରୀ ଖନନ,ଏବଂ ଗୃହ ନିର୍ମାଣ ବୁଲି ଦେଖିଛନ୍ତି। ଭଲ କାର୍ଯ୍ୟ ସହ, ନିର୍ଦ୍ଧାରିତ ସମୟରେ ଶେଷ କରିବାକୁ ଦେଲେ ଚେତାବନୀ। ସରପ୍ରାଇଜ ଭିଜିଟକୁ ସବୁ ମହଲରୁ ପ୍ରଶଂସା କରାଯାଇଛି। ଦାୟିତ୍ୱ ଗ୍ରହଣ କରିବା ପରେ ଆକ୍ସନ ମୋଡ଼ରେ ନୂତନ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ।
ଠିକ୍ ସେହିପରି ତାଳଚେର ପୌରାଞ୍ଚଳର ବିଭିନ୍ନ ଉନ୍ନୟନମୂଳକ କାମର ସମୀକ୍ଷା କରିଛନ୍ତି। ସମସ୍ତଙ୍କୁ ଭଲ କାର୍ଯ୍ୟ ସହ ନିର୍ଦ୍ଧାରିତ ସମୟରେ କାମ ଶେଷ କରିବା ପାଇଁ ତାଗିଦ ମଧ୍ୟ କରିଛନ୍ତି। କିଭଳି ଭାବେ ସାଧାରଣ ଲୋକେ ମହାତ୍ମା ଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରୁ ଲାଭ ଉଠାଇ ପାରିବେ, ଆମ ଗାଁ ଆମ ବିକାଶ ଯୋଜନାର ସଫଳ ରୂପାୟନ ହୋଇପାରିବ ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସଠିକ ଭାବେ ହିତାଧିକାରୀଙ୍କ ପାଖରେ ପହଁଚି ପାରିବ ତାର ସମୀକ୍ଷା ମଧ୍ୟ ଜିଲ୍ଲାପାଳ କରିଥିଲେ।
କଣିହାଁ ସରପ୍ରାଇଜ୍ ଭିଜିଟ୍ ସମୟରେ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ରମେଶ ଜେନା ଏବଂ ଅନ୍ୟାନ୍ୟ ଯନ୍ତ୍ରୀ ଉପସ୍ଥିତ ରହିବା ସହ ତାଳଚେର ମ୍ୟୁନିସିପାଲଟି ସରପ୍ରାଇଜ ଭିଜିଟ ସମୟରେ ତାଳଚେର ଉପଜିଲ୍ଲାପାଳ ରଜନୀକାନ୍ତ ସ୍ୱାଇଁ ଏବଂ ତାଳଚେର ପୌରପାଳିକା ଅଧିକାରିଣୀ ଅତସୀ ପରିଡା ଉପସ୍ଥିତ ଥିଲେ। ଜିଲ୍ଳାପାଳଙ୍କ ଏପରି ସରପ୍ରାଇଜ୍ ଭିଜିଟକୁ ସବୁ ମହଲରୁ ପ୍ରଶଂସା କରାଯାଉଛି।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0