ୱାସିଂଟନ: ମହାମାରୀ କରୋନା ସାରା ବିଶ୍ୱରେ ତାର କାୟା ବିସ୍ତାର କରିବାରେ ଲାଗିଛି । ଏଥିରୁ ବାଦ ପଡ଼ିନି ଆମେରିକା । ଆମେରିକାରେ ମଧ୍ୟ କରୋନା ସଂକ୍ରମଣ ଧିରେ ଧିରେ ବୃଦ୍ଧି ପାଇବାରେ ଲାଗିଛି । ଏହି ସମୟରେ ଆମେରିକାରେ ଶୁଣିବାକୁ ମିଳିଛି ଏକ ଆଶ୍ୱସ୍ଥିକର ଖବର । କୋଭିଡ଼ ଟୀକା ପାଇଁ ଆମେରିକା ସରକାର ପ୍ରୟାସ ଜାରି ରଖିଥିବା ବେଳେ ଟ୍ରମ୍ପ ପ୍ରଶାସନ ଏହା ଉପରେ କାର୍ଯ୍ୟ କରୁଛି । ତେବେ ଏହି କୋଭିଡ଼ ଟୀକା ଆମେରିକାର ସମସ୍ତ ନାଗରିକଙ୍କୁ ମାଗଣାରେ ଯୋଗାଇ ଦେବାକୁ ଟ୍ରମ୍ପ ପ୍ରଶାସନ ଯୋଜନା କରୁଛି । ମିଳିଥିବା ସୂଚନା ଅନୁଯାୟୀ, ଆମେରିକାରେ ୨୦୨୧ ଜାନୁଆରୀ ମାସ ଆରମ୍ଭରେ ଟୀକା ବଣ୍ଟନ କରାଯିବ ବୋଲି ଏହି ଯୋଜନାରେ କୁହାଯାଇଛି । ପ୍ରାଥମିକ ପର୍ଯ୍ୟାୟରେ ଏହି ଟୀକା ସୀମିତ ପରିମାଣରେ ଉପଲବ୍ଧ କରାଯିବ । ଅତ୍ୟାବଶ୍ୟକ କାର୍ଯ୍ୟରେ ନିୟୋଜିତ ହେଉଥିବା କର୍ମଚାରୀଙ୍କୁ ଏହି ଟୀକା ପ୍ରଦାନ କରାଯିବ । ଏହା ସହିତ ଏହି ଟୀକା କେବଳ ସ୍ୱାସ୍ଥ୍ୟକର୍ମୀ ମାନେ ଦେଇପାରିବେ ବୋଲି ଯୋଜନା କରାଯାଇଛି ।



Visitors Today : 0
Total Visitors : 130169
Total Views : 9891615
Visitors Online Now : 0