ନୂଆଦିଲ୍ଲୀ: ବିରାଟ କୋହଲିଙ୍କ ଅଧିନରେ ରୟାଲ ଚେଲେଞ୍ଜର୍ସ ବ୍ୟାଙ୍ଗଲୋର ଟିମ ଆଇପିଏଲ ଖେଳିବାକୁ ଯାଉଛି । ସାରା ଦେଶରେ ମହାମାରୀ କରୋନା ଭାଇରସ ତାର କାୟା ବିସ୍ତାର କରିଚାଲିଥିବା ବେଳେ ଏହାସହ ଲଢେଇ କରୁଥିବା କରୋନା ଯୋଦ୍ଧାଙ୍କୁ ବିରାଟ ସେନା ଏକ ଅଭିନବ ଉପାୟରେ ସମ୍ମାନ ଜଣାଇଛି । ଚଳିତ ବର୍ଷ ଆଇପିଏଲରେ ଆରସିବି ତାର ଜର୍ସିରେ କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇ ଲେଖିଛି, ‘ମୋ କୋଭିଡ଼ ଯୋଦ୍ଧା’ । ଆରସିବିର ଅଧିନାୟକ ବିରାଟ କୋହଲି ୟୁଏଇରେ ଭର୍ଚୁଆଲ ସାମ୍ବାଦିକ ସମ୍ମିଳନୀରେ ଏହି ଜର୍ସିକୁ ଲଞ୍ଚ କରିବା ସମୟରେ ସେ କହିଛନ୍ତି, ପ୍ରଥମ ଥର ପାଇଁ ଏକ ଟିମ ଭାବରେ ଏହିପରି ଏକ ଚମକ୍ରାର ମୂହୁର୍ତ୍ତରେ ଜୋଡ଼ି ହୋଇଛି, ଯେଉଁମାନେ ନିଜ ଜିବନକୁ ସମର୍ପିତ କରି କରୋନା ରୋଗୀଙ୍କ ସେବା କରୁଛନ୍ତି । ସେ ଏହା ମଧ୍ୟ କହିଛନ୍ତି, ସେହି କରୋନା ଯୋଦ୍ଧାମାନଙ୍କୁ ଆମ ତରଫରୁ ସଲାମ । ଏହି ଜର୍ସି ପିନ୍ଧିବା ଆମ ପାଇଁ ସୌଭାଗ୍ୟର ବିଷୟ ।

ଆରସିବିର ଚେୟାରମେନ ସଂଜୀବ ଚୁଡ଼ିୱାଲାଙ୍କ କହିବା ଅନୁସାରେ, ଖେଳାଳୀ ପୁରା ଟୁର୍ନାମେଣ୍ଟ ଓ ଅଭ୍ୟାସ ମ୍ୟାଚ ସମୟରେ ଏହି ଜର୍ସି ପିନ୍ଧିବେ । ପ୍ରଥମ ମ୍ୟାଚରେ ପିନ୍ଧିଥିବା ଜର୍ସିକୁ ନିଲାମ କରାଯିବ ଏବଂ ଏଥିରୁ ହେଇଥିବା ଆୟକୁ ‘ଗିବ ଇଣ୍ଡିଆ ଫାଉଣ୍ଡେସନ’କୁ ଦିଆଯିବ । ଆରସିବି କିଛିଦିନ ହେବ ନିଜର ସୋସିଆଲ ମିଡ଼ିଆରେ ହାସଟ୍ୟାଗ ମୋ କୋଭିଡ଼ ଯୋଦ୍ଧା ଓ ହାସଟ୍ୟାଗ ରିୟଲ ଚେଲେଞ୍ଜର୍ସ ଚଲାଇ ଥିଲେ, ଯେଉଁଥିରେ କରୋନା ସମୟରେ ସମାଜର ସେବା କରୁଥିବା ମହାନାୟକଙ୍କ କାହାଣୀ ଦେଖାଯାଉଥିଲା ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0