କରୋନାକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ରାଜ୍ୟସଭାରେ କେତେକ ପ୍ରଶ୍ନର ଉତ୍ତର ଦେଇଛନ୍ତି । ସେ କହିଛନ୍ତି କି ଜୁଲାଇ – ଅଗଷ୍ଟରେ ଭାରତରେ ୩୦ କୋଟି ନୂଆ ମାମଲା ସାମ୍ନାକୁ ଆସିଛି । ଏଥି ସହ ୫୦-୬୦ ଲକ୍ଷ ମୃତ୍ୟୁ ଖବର କଥା ମଧ୍ୟ କୁହାଯାଇଛି । ବର୍ତ୍ତମାନ ଦିନକୁ ୧୧ ଲକ୍ଷ ଟେଷ୍ଟ କରାଯାଉଛି । ଖୁବ୍ ଶୀଘ୍ର ଆମେ ଟେଷ୍ଟିଂରେ ଆମେରିକାକୁ ପଛରେ ପକାଇଦେବୁ । ଭାରତ କରୋନା ବିଷୟରେ ଜମା ହେଳା କରିନାହିଁ । ତାଙ୍କ କହିବାନୁସାରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଜାନୁଆରି ୭ ତାରିଖରେ କରୋନା ବୈଠକ ଆରମ୍ଭ କରିଥିଲା । ଆଉ ଭାରତରେ ୮ ଜାନୁଆରିରୁ ବୈଠକ ଆରମ୍ଭ ହୋଇଥିଲା । ବିଶ୍ୱର ଅନ୍ୟ ଦେଶମାନଙ୍କରେ ହେଉଥିବା କରୋନା ମୃତ୍ୟୁ ତୁଳନାରେ ଭାରତରେ ସବୁଠାରୁ କମ୍ ମୃତ୍ୟୁ ହୋଇଛି । ଭାରତରେ କୋଭିଡ ସୁସ୍ଥ ହାର ୭୮-୭୯ ପ୍ରତିଶତ । ଭାରତ କୋଭିଡ଼୍ ସୁସ୍ଥ ହାରରେ ଭଲ ସ୍ଥିତିରେ ଥିବା ଦେଶମାନଙ୍କ ମଧ୍ୟରେ ସାମିଲ ଅଛି । କରୋନା ସଂକ୍ରମଣ ସଂଖ୍ୟା ଅଧିକ ଥିଲେ ମଧ୍ୟ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟା ୨୦ ପ୍ରତିଶତର କମ୍ ।୨୦୨୧ ମସିହା ପ୍ରାରମ୍ଭରେ ଭାରତରେ କରୋନା ଟିକା ମିଳିବା ଆଶା ରହିଛି ବୋଲି ସେ କହିଛନ୍ତିି ।



Visitors Today : 1
Total Visitors : 130167
Total Views : 9891612
Visitors Online Now : 0