ବାଲିଗୁଡା : କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଥାନା ଅଞ୍ଚଳରେ ଦିନକୁ ଦିନ ଦେଶୀ ମଦ କାରବାର ବୃଦ୍ଧିପାଉଛି । ଗାଁରେ କରୋନା କଟକଣାକୁ ଅବମାନନା କରି ଦେଶୀମଦ କାରଖାନା ବୃଦ୍ଧି ପାଇଥିବା ବେଳେ ଲୋକେ ମଦ୍ୟ ପାନ କରି ଅଶାନ୍ତି ସୃଷ୍ଟି କରୁଥିବା ଅଭିଯୋଗ ହୋଇଛି । ବାଲିଗୁଡା ଥାନା ଅନ୍ତର୍ଗତ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଓ ଗଣ୍ଡିଗୁଡା ରାଜସ୍ବ ଗ୍ରାମରେ ମଦ୍ୟପଙ୍କ ଯୋଗୁଁ ସାମାଜିକ ଅସ୍ଥିରତା, ଘରୋଇ ହିଂସା ବୃଦ୍ଧି ପାଇଛି । ବୁଡ଼ାଗୁଡା ଫାଣ୍ଡି ବନ୍ଦପରେ ମଦ ଭାଟି ଓ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇଛି । ବାଲିଗୁଡା ଥାନା ପୋଲିସର ନିୟମିତ ବ୍ୟବଧାନରେ ପୋଟ୍ରୋଲିଂ ହେଉନଥିବାରୁ ଚୋରାମଦ ବ୍ୟବସାୟୀ ଅବାଧରେ ମଦ କାରବାର କରି ଚାଲିଥିବା ଅଭିଯୋଗ ମଧ୍ୟ ହେଉଛି । ଏହାକୁ ବିରୋଧ କରି ମହିଳା ସଂଘ ସମେତ ଗ୍ରାମବାସୀ ବାଲିଗୁଡା ଉପଜ଼ିଲ୍ଲା ପାଳ ଶୁଭଙ୍କର ମହାପାତ୍ର, ଏସଡିପିଓ ମାନସ ରଞ୍ଜନ ବାରିକଙ୍କୁ ମଦ କାରବାର ବନ୍ଦ ପାଇଁ ଦାବିପତ୍ର ଦେଇଛନ୍ତି । ତେବେ ସେମାନେ ପୂର୍ବରୁ ବାଲିଗୁଡା ଥାନାରେ ଏନେଇ ଅଭିଯୋଗ କରିଥିବା କହିଛନ୍ତି ଗ୍ରାମବାସୀ । ସେପଟେ ଦାବିପତ୍ର ପାଇବା ପରେ ଅଞ୍ଚଳରେ ମଦ ବନ୍ଦ ପାଇଁ ପଦକ୍ଷେପ ନିଆଯିବ ବୋଲି ଉପ ଜ଼ିଲ୍ଲାପାଳ ଓ ଏସଡିପିଓ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0