spot_img

ହାଇକୋର୍ଟର ଦ୍ୱାରସ୍ଥ ହେଲେ ଅଭିନେତ୍ରୀ ରାକୁଲ ପ୍ରୀତ

ମୁମ୍ବାଇ: ସୁଶାନ୍ତ ସିଂ ମୃତୁ୍ୟ ମାମଲାରେ ପ୍ରତ୍ୟେକ ଦିନ ଏକ ନୂଆ ମୋଡ଼ ସୃଷ୍ଟି ହେବାରେ ଲାଗିଛି । ଇତି ମଧ୍ୟରେ ରିୟା ଚକ୍ରବର୍ତ୍ତୀ ଡ୍ରଗ୍ସ ଲିଙ୍କରେ ଜେଲ ଯିବା ପରେ ଅନେକ କଥା ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ଡ୍ରଗ୍ସ ଲିଙ୍କରେ ସଂପୃକ୍ତ ହୋଇ ରିୟା ଜେଲ ଯିବା ପରେ ରାକୁଲ ପ୍ରୀତଙ୍କ ନାମ ସାମ୍ନାକୁ ଆସିଛି । ରାକୁଲଙ୍କ ନାମ ଆସିବା ପରେ ସାରା ଦେଶରେ ତାଙ୍କର ପରିଚୟ କ୍ଷୁର୍ଣ୍ଣ ହେବାରେ ଲାଗିଛି । ଅନ୍ୟପଟେ ଦେଶର ଗଣମାଧ୍ୟମ ଚ୍ୟାନେଲ ଗୁଡ଼ିକରେ ରାକୁଲଙ୍କର ମିଡ଼ିଆଟ୍ରାଏଲ ହେବାରେ ଲାଗଥିଲା । ଏହାକୁ ଦୃଷ୍ଟିରେ ରଖି ସେ ହାଇକୋର୍ଟରେ ଏକ ରଚିକା ଦାଖଲ କରିଥିଲେ । ସାରା ଅଲ୍ଲିଖାନ ଏବଂ ତାଙ୍କ ନାମ ଡ୍ରଗ୍ସ ଲିଙ୍କରେ ସଂପୃକ୍ତ ଅଛି ବୋଲି ଦେଶର ଗଣମାଧ୍ୟମ ଚ୍ୟାନେଲ ଗୁଡିକରେ ସିଧାସଳଖ ଭାବେ ପ୍ରସାରିତ ହେବାରେ ଲାଗିଥିଲା । ଏପରି ହେବା ଦ୍ୱାରା ତାଙ୍କ ପରିଚୟ କ୍ଷୁର୍ଣ୍ଣ ହେଉଛି ବୋଲି ସେ ଅଭିଯୋଗ କରିଥିଲେ । ଅନ୍ୟପଟେ ଦେଶର ସମସ୍ତ ଗଣମାଧ୍ୟମ ଚ୍ୟାନେଲ ଗୁଡ଼ିକୁ ସଂଯମତାର ସହ ପ୍ରସାରଣ କରିବାକୁ ହାଇକୋର୍ଟ ଏହି ମାମଲାର ଶୁଣାଣି କରି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular