ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର ଅନେକ ଯୋଜନାର ଶୁଭାରମ୍ଭ କରୁଛନ୍ତି । ଏହି କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡ଼ିଓ କନଫରେନସିଂ ଜରିଆରେ ମିଥିଳାଞ୍ଚଳକୁ ଯୋଡ଼ିବାକୁ ଥିବା କୋସି ରେଳ ମହାସେତୁର ଉଦ୍ଘାଟନ କରିବେ । ଏହା ବ୍ୟତୀତ ସେ ସମସ୍ତିପୁର ରେଳମଣ୍ଡଳର କେତେକ ଯୋଜନାର ଉଦ୍ଘାଟନ ସହ ସୁପୌଲରୁ ଆସନପୁର- କୁପହା ଡେମୁ ଟ୍ରେନ ପରିଚାଳନାକୁ ସବୁଜ ସଙ୍କେତ ଦେବେ । ଏହା ପୂର୍ବରୁ ଡିଆରଏମ୍ ଅଶୋକ ମାହେଶ୍ୱରୀଙ୍କ ନେତୃତ୍ୱରେ ମଣ୍ଡଳର ଅଧିକାରୀମାନେ ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି । ସୂଚନା ଯୋଗ୍ୟ କି ୧୮୮୭ ମସିହାରେ ନିର୍ମଲୀ ଓ ସରାଇଗଡ଼ ମଧ୍ୟରେ ମିଟର ଗେଜ ଲିଙ୍କ ତିଆରି ହୋଇଥିଲା । ଯାହା ୧୯୩୪ ମସିହାରେ ବିନାଶକାରୀ ଭୂମିକମ୍ପ ଜରିଆରେ ନଷ୍ଟ ହୋଇଯାଇଥିଲା । ପରେ ଜୁନ୍ ୬ ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ନିର୍ମଲୀର ଏକ କଲେଜରେ ଆୟୋଜିତ ସମାରୋହରେ କୋସି ମେଗା ବ୍ରିଜ ଲାଇନ ପରିଯୋଜନାର ଆଧାରଶିଳା ରଖିଥିଲେ । ଏହି ସେତୁ ୧.୯ କିଲୋମିଟର ଲମ୍ବା । ଏହାର ନିର୍ମାଣରେ ୫୧୬ କୋଟି ଟଙ୍କା ଲାଗିଛି । ମୋଦୀ ଏହା ସହ ସମସ୍ତିପୁର ମଣ୍ଡଳର ମୁଜଫରପୁରର ସୀତାଗଢ଼ୀ, ସମସ୍ତିପୁର-ଦରଭଙ୍ଗା-ଜୟନଗର, ସମସ୍ତିପୁର-ଖଗଡ଼ିଆର ରେଲୱେ ବିଦ୍ୟୁତିକରଣ ପରିଯୋଜନାର ମଧ୍ୟ ଉଦ୍ଘାଟନ କରିବେ ।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0