ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂସଦୀୟ କ୍ଷେତ୍ର ବାରଣାସୀ ସ୍ଥିତ ମଂଡ଼ୁଆଡ଼ିହ ରେଳ ଷ୍ଟେସନର ନାମକୁ ପରିବର୍ତ୍ତନ କରି ବନାରସ କରାଯାଇଛି । କେନ୍ଦ୍ର ରେଳମନ୍ତ୍ରୀ ପିୟୁସ ଗୋଏଲ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି । ସେ ଟ୍ୱିଟ କହିଛନ୍ତି, ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦୀବେନ ପଟେଲଙ୍କ ଅନୁମତି ମିଳିବା ପରେ ମଂଡ଼ୁଆଡ଼ିହି ରେଳ ଷ୍ଟେସନର ନାମ ବଦଳାଇ ବନାରସ ରଖାଯାଇଛି । ପିୟୁସ ଗୋଏଲ ନିଜର ଟ୍ୱିଟର ହେଣ୍ଡେଲରେ ଲେଖିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂସଦୀୟ କ୍ଷେତ୍ର ବାରଣାସୀର ମଂଡ଼ୁଆଡ଼ିହି ରେଳ ଷ୍ଟେସନକୁ ଏବେ ପୁରା ଦେଶରେ ଲୋକପ୍ରିୟ ନାମ ବନାରସ ଭାବେ ଜାଣିବ । ମିଳିଥିବା ସୂଚନା ଅନୁଯାୟୀ, ଏହା ପୂର୍ବରୁ ଅଗଷ୍ଟ ୧୭ରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ମଂଡ଼ୁଆଡ଼ିହ ରେଳ ଷ୍ଟେସନର ନାମ ବଦଳାଇବା ପାଇଁ ମଂଜୁରୀ ଦେଇଥିଲେ ।



Visitors Today : 5
Total Visitors : 130180
Total Views : 9891628
Visitors Online Now : 0