spot_img

ଗଲୱାନ ସଂଘର୍ଷରେ ଚୀନ ସୈନିକଙ୍କ ଜୀବନ ଯାଇଛି ବୋଲି ମାନିଲା ଚୀନ

କିଛି ସପ୍ତାହ ପୂର୍ବରୁ ଚୀନ ସରକାର ଗଲୱାନ ଘାଟିରେ ମୃତାହତ ହୋଇଥିବା ସୈନିକଙ୍କ ଅନ୍ତିମ ସଂସ୍କାର କରିବାକୁ ମନା କରିଥିଲା । କାରଣ ଥିଲା କି ସେ ବିଶ୍ୱକୁ ଜଣାଇବାକୁ ଚାହୁଁନଥିଲା କି ତା’ର ମଧ୍ୟ ସୈନିକ ମରିଛନ୍ତି । କିନ୍ତୁ ଏବେ ଚୀନ ସରକାର ପ୍ରଥମ ଥର ପାଇଁ ଏହା ସ୍ୱୀକାର କରିଛନ୍ତି କି ଜୁନରେ ହୋଇଥିବା ଗଲୱାନ ସଂଘର୍ଷରେ ଚୀନ ସୈନିକ ମଧ୍ୟ ମୃତ୍ୟୁବରଣ କରିଛନ୍ତି । ଚାଇନା ଖବରକାଗଜ ଗ୍ଲୋବାଲ ଟାଇମସର ଏଡିଟର ଏହା ମାନିଛନ୍ତି । ଖବରକାଗଜର ଏଡିଟର-ଇନ୍‌-ଚିଫ୍ ହୁ ଝିଜିନ୍ ରକ୍ଷା ମନ୍ତ୍ରୀଙ୍କ ଏକ ଟ୍ୱିଟରେ ସେ କହିଛନ୍ତି କି ତାଙ୍କ ଜାଣିବା ଅନୁସାରେ ଭାରତୀୟ ସୈନିକଙ୍କ ତୁଳନାରେ ଚାଇନା ସୈନିକଙ୍କ ସଂଖ୍ୟା କମ୍ ଥିଲା । କୌଣସି ଚାଇନା ସୈନିକଙ୍କୁ ଭାରତୀୟ ସେନା ବନ୍ଦୀ କରିନଥିଲା । ଚୀନ୍ ଭାରତୀୟ ସୈନିକଙ୍କୁ ବନ୍ଦୀ କରିଥିଲା । ସୂଚନା ଯୋଗ୍ୟ କି ଗ୍ଲୋବାଲ ଟାଇମସ୍ ଚୀନର ପିପୁଲସ୍ ଡେଲିର ଇଂରାଜି ଖବରକାଗଜ, ଯାହା ଚାଇନିଜ୍ ପାର୍ଟିର ପ୍ରକାଶନ ସଂସ୍ଥା । ଯେତେବେଳେ ରକ୍ଷାମନ୍ତ୍ରୀ ରାଜନାଥ ସିଂହ ଗୁରୁବାର ଦିନ ରାଜ୍ୟସଭାରେ ଚୀନ ସୀମାରେ ଚାଲିଥିବା ଅଶାନ୍ତି ବିଷୟରେ ଜଣାଇଥିଲେ , ଠିକ୍ ସେହି ସମୟରେ ଚୀନ ଏହା ସ୍ୱୀକାର କରିଥିଲା । ରାଜନାଥ ସିଂହ ଏହା ମଧ୍ୟ କହିଥିଲେ କି ଭାରତ ସମସ୍ତ ନିୟମର ପାଳନ କରୁଛି । କିନ୍ତୁ ଚୀନ ସବୁ ସମୟରେ ଏହାର ଉଲଂଘନ କରୁଛି । କିଛି ସପ୍ତାହ ପୂର୍ବରୁ ଚୀନ ତା’ର ସୈନିକଙ୍କ ପରିବାରକୁ, ସେମାନଙ୍କର ଅନ୍ତିମ ସଂସ୍କାର କରିବାକୁ ମନା କରିଥିଲା । ଗଲୱାନ ଘାଟିରେ ହୋଇଥିବା ଘଟଣାକୁ ଚୀନସାମ୍ନାକୁ ଆଣିବାକୁ ଚାହୁଁନଥିଲା ବୋଲି ଆମେରିକୀୟ ଗୁଇନ୍ଦା ସୂତ୍ରରୁ ଜଣାପଡ଼ିଥିଲା । ଚୀନର ଲୋକେ ଭାରତୀୟ ସୈନିକମାନଙ୍କର ସସମ୍ମାନ ଅନ୍ତିମ ସଂସ୍କାରକୁ ଦେଖି ସେମାନଙ୍କ ମଧ୍ୟରେ ମଧ୍ୟ ଆଲୋଡ଼ନ ସୃଷ୍ଟି ହୋଇଥିଲା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular