ଭୁବନେଶ୍ୱର: ଦିନକୁ ଦିନ ରାଜ୍ୟରେ ବେକାବୁ ହେଉଛି କରୋନା ସଂଖ୍ୟ । ୨୪ ଘଣ୍ଟା ମଧ୍ୟରେ ଆମ ରାଜ୍ୟ ଓଡ଼ିଶାର ୩୦ଟି ଜିଲ୍ଲାରୁ ୪ ହଜାର ୧ ଶହ ୮୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୭୧ ହଜାର ୧୮୦କୁ ବୃଦ୍ଧି ପାଇଛି । ଆଜି ଚିହ୍ନଟ ହୋଇଥିବା ୪ ହଜାର ୧ ଶହ୮୦ ଜଣ କରୋନା ପଜିଟିଭ୍ଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୨୪୬୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ , ଲୋକାଲ କେସ୍ ଅଛନ୍ତି ୧୭୧୪ ଜଣ । ତେବେ ଖୋର୍ଦ୍ଧା ଜିଲ୍ଲାରୁ ଆଜି ସର୍ବାଧିକ ୬୮୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ , କଟକରୁ ୪୯୨ ଜଣ, ପୁରୀରୁ ୧୬୬ ଜଣ, ରାୟଗଡ଼ାରୁ ୧୬୦ଜଣ, ଭଦ୍ରକରୁ ୮୧ ଜଣ, ମୟୂରଭଞ୍ଜରୁ ୧୬୩ ଜଣ, ସୁନ୍ଦରଗଡ଼ରୁ ୧୬୬ ଜଣ, ବରଗଡ଼ରୁ ୧୦୦ ଜଣ, କେନ୍ଦୁଝରରୁ ୭୩ ଜଣ, ଗଞ୍ଜାମରୁ ୫୮ ଜଣ, ନବରଙ୍ଗପୁରରୁ ୭୩ ଜଣ, କେରାପୁଟରୁ ୯୯ ଜଣ, ସମ୍ବଲପୁରରୁ ୧୨୭ ଜଣ, ନୟାଗଡ଼ରୁ ୫୪ ଜଣ, ସୁବର୍ଣ୍ଣପୁରରୁ ୬୨ ଜଣ, ଜଗତସିଂହପୁରରୁ ୧୨୩ ଜଣ, ଅନୁଗୁଳରୁ ୧୫୫ ଜଣ, କେନ୍ଦ୍ରାପଡ଼ାରୁ ୧୨୧ ଜଣ, ବୌଦ୍ଧରୁ ୫୬ ଜଣ, ବଲାଙ୍ଗିରରୁ ୭୩ ଜଣ, ନୂଆପଡ଼ାରୁ ୫୪ ଜଣ, ଝାରସୁଗୁଡ଼ାରୁ ୮୩ ଜଣ, କଳାହାଣ୍ଡିରୁ ୬୭ ଜଣ, କନ୍ଧମାଳରୁ ୭୭ ଜଣ, ଦେବଗଡ଼ରୁ ୧୦ ଜଣ, ଯାଜପୁରରୁ ୧୮୪ ଜଣ, ଢ଼େଙ୍କାନାଳରୁ ୬୭ ଜଣ, ଗଜପତିରୁ ୨୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମାଲକାନାଗିରିରୁ ୫୩ ଜଣ ଓ ବାଲେଶ୍ୱରରୁ ୧୩୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0