ନୂଆଦିଲ୍ଲୀ () ମାଲୟାଲମ ଫିଲ୍ମ ଇଣ୍ଡଷ୍ଟ୍ରିର ଅଭିନେତା ସବରୀ ନାଥଙ୍କ ପରଲୋକ । ମାତ୍ର ୪୩ବର୍ଷ ବୟସରେ ସବରୀ ନାଥଙ୍କ ହୃଦଘାତ ଯୋଗୁଁ ମୃତ୍ୟୁ ହୋଇଥିଲା। ସୂଚନା ଅନୁଯାୟୀ ସବରୀ ବ୍ୟାଡମିଣ୍ଟନ୍ ଖେଳୁଥିଲେ। ହଠାତ୍ ତାଙ୍କର ହୃଦଘାତ ହୋଇଥିଲା। ଯାହା ପରେ ତାଙ୍କୁ ନିକଟସ୍ଥ ତ୍ରିଭେନ୍ଦ୍ରମ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ମୃତ୍ୟୁ ହୋଇଥିଲା। ସବରୀ ନାଥଙ୍କ ପରିବାରରେ ତାଙ୍କ ପତ୍ନୀ ଏବଂ ୨ ଝିଅ ଅଛନ୍ତି।

ସବରୀନାଥଙ୍କ ପରଲୋକ ଖବର ଶୁଣି ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଶୋକର ଲହରୀ ଖେଳିଯାଇଛି। ମାଲାୟାଲମ୍ ଧାରାବାହିକ ମିତୃକେଟ୍ଟୁରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ ସବରୀ ନାଥ ।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0