କେନ୍ଦୁଝର ଜିଲ୍ଲା ଦେଇ ଯାଇଥିବା ୪୯ନଂ ଜାତୀୟ ରାଜପଥ ଖିରେଇଟାଙ୍ଗିରି ଶାଳ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଜଣ ସ୍କୁଟି ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତକ ଘଟଗାଁ ଥାନା ଡଳଙ୍ଗପାଣି ଗାଁର ଧରୀଣୀଧର ନାଏକ ବୋଲି ଜଣାପଡିଛି ।
ମିଳିଥିବା ସୂଚନାନୁସାରେ, ଡଲଫିନ୍ ନାମକ ଏକ ଘରୋଇ ବସ୍ କେନ୍ଦୁଝରରୁ କଲିକତା ଅଭିମୁଖେ ଯାଉଥିଲା । କିନ୍ତୁ ବିପରୀତ ଦିଗରୁ ଆସୁଥିବା ସ୍କୁଟିକୁ ଧକ୍କା ଦେଇଥିଲା ବସ୍ । ଯାହାଫଳରେ କି ସ୍କୁଟି ଆରୋହୀଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଛି । ଦୁର୍ଘଟଣାର ଖବର ପାଇଁ ତୁରୁମୁଙ୍ଗା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡିକୁ ଜବତ କରିଛି । ସେପଟେ ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ନିକଟସ୍ଥ ମେଡିକାଲକୁ ପଠାଯାଇଛି



Visitors Today : 6
Total Visitors : 130175
Total Views : 9891622
Visitors Online Now : 0