spot_img

ଗାଜିଆବାଦରେ ହେବନି ଡିଟେନଶନ୍ ସେଣ୍ଟର

ଉତ୍ତର ପ୍ରଦେଶର ଗାଜିଆବାଦରେ ଡିଟେନଶନ୍ ସେଣ୍ଟର ପ୍ରସ୍ତାବକୁ ମୋଦୀ ସରକାର ପ୍ରତ୍ୟାହାର କରିଛନ୍ତି । ବହୁଜନ ସମାଜପାର୍ଟି ପ୍ରମୁଖ ମାୟାବତୀ ସମେତ ଅନ୍ୟ ବିପକ୍ଷ ନେତମାନେ ଏହାକୁ ଘୋର ବିରୋଧ କରିଥିଲେ । ଏହି ସେଣ୍ଟରର ନିର୍ମାଣ ରାଜ୍ୟ ସରକାରଙ୍କ ସମାଜ କଲ୍ୟାଣ ଦ୍ୱାରା କରାଯିବାର ଥିଲା । ଯେଉଁ ଲୋକମାନେ ବିଦେଶୀ ଓ ଜେଲଦଣ୍ଡ ଭୋଗିଛନ୍ତି ଓ ଯେଉଁମାନଙ୍କୁ ନିଜ ଦେଶକୁ ଫେରିବାକୁ ସମୟ ଲାଗୁଛି, ସେମାନଙ୍କ ପାଇଁ ଏହି ଡିଟେନଶନ୍ ସେଣ୍ଟର । କେନ୍ଦ୍ର ସରକାରଙ୍କ ଆଦେଶ ପରେ ଯୋଗୀ ସରକାର ଏହାକୁ ତିଆରି କରିବାକୁ ନିର୍ଣ୍ଣୟ ଦେଇଥିଲେ । ଏହି ନିଷ୍ପତ୍ତି ଆସିବା ପରେ ବହୁଜନ ସମାଜ ପାର୍ଟିର ପ୍ରମୁଖ ମାୟାବତୀ ଟ୍ୱିଟ୍ କରିଥିଲେ । ତାଙ୍କ କହିବା ମୁତାବକ ଗାଜିଆବାଦରେ ବିଏସପି ସରକାର ଦ୍ୱାରା ନିର୍ମିତ ବହୁତଳ ବିଶିଷ୍ଟ ଡାକ୍ତର ଆମ୍ବେଦକର ଅଟ୍ଟାଳିକାରେ ଏସସି/ଏସଟି ଛାତ୍ର ହଷ୍ଟେଲକୁ ‘ଅବୈଧ ବିଦେଶୀ’ଙ୍କ ପାଇଁ ଉତ୍ତରପ୍ରଦେଶର ପ୍ରଥମ ଡିଟେନଶନ୍ ସେଣ୍ଟର କରାଯିବା ଅତି ଦୁଃଖଦାୟକ । ସରକାରଙ୍କର ପୁଣି ଏକ ଦଳିତ ବିରୋଧୀ କାର୍ଯ୍ୟଶୈଳୀର ଏହା ଆଉ ଏକ ପ୍ରମାଣ । ଏହି ଡିଟେନଶନ୍ ସେଣ୍ଟରକୁ ନେଇ ଆଉ ଏକ ସୂଚନା ଆସିଥିଲା କି ଗାଜିଆବାଦର ନନ୍ଦିଗ୍ରାମରେ ଦଳିତ ଛାତ୍ରଛାତ୍ରୀଙ୍କ ପାଇଁ ଭିନ୍ନ ଭିନ୍ନ ଛାତ୍ରାବସ ତିଆରି ହୋଇଥିଲା । ଏଥିରୁ ଗୋଟିଏ ହଷ୍ଟେଲକୁ ଡିଟେନଶନ୍ ସେଣ୍ଟରରେ ବଦଳା ଯାଇଥିଲା । ବିଦେଶୀ ଅଧିନିୟମ, ପାସପୋର୍ଟ ଆକ୍ଟ୍ ର ଉଲଂଘନ କରୁଥିବା ବିଦେଶୀଙ୍କୁ ଡିଟେନଶନ୍ ସେଣ୍ଟରରେ ରଖାଯାଇଥାଏ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular