ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ କେବଳ ୧୮ ଦିନ ମଧ୍ୟରେ ତିନୋଟି ଭାଲୁଙ୍କର ମୃତ୍ୟୁ ଘଟିଛି । ୩୨ ବର୍ଷୀୟ ହିମାଳୟ କଳା ଭାଲୁ ‘କୁଲୁ’ର ପକ୍ଷାଘାତ ରୋଗରେ ଆକ୍ରାନ୍ତ ହୋଇ ଗତ ଅଗଷ୍ଟ ୩୦ ତାରିଖରେ ମୃତ୍ୟୁ ଘଟିଛି । ଇତି ମଧ୍ୟରେ ସାଢେ ସାତ ବର୍ଷର ଦେଶୀ ଭାଲୁ ‘ଦେବାଶିଷ’ର ମୃତ୍ୟୁ ହେବା ପରେ ବାର ଘଣ୍ଟା ମଧ୍ୟରେ ୨୭ ବର୍ଷୀୟ ମାଈ ଭାଲୁ ‘ଆରତୀ’ ର ମଧ୍ୟ ସଂକ୍ରମଣରେ ମୃତ୍ୟୁ ଘଟିଛି ।
ସୂଚନା ଅନୁସାରେ, ହିମାଳୟ କଳା ଭାଲୁ କୁଲୁ ୧୯୯୫ ଡ଼ିସେମ୍ବର ୨୬ରେ ଜନ୍ମଗ୍ରହଣ କରିଥିଲା । ସେହିପରି ଆରତୀକୁ ୨୦୧୩ ମସିହା ସେପ୍ଟେମ୍ବର ୧୩ ତାରିଖରେ ରାଞ୍ଚିରୁ ଅଣାଯାଇଥିଲା । ତାକୁ ସେତେବେଳେ ୨୦ ବର୍ଷ ହୋଇଥିଲା । ଦେବାଶିଷର ମୃତ୍ୟୁ ହେବା ପରେ, ଆରତୀକୁ ଥଣ୍ଡା, ଜ୍ୱର, ବାନ୍ତି ଓ ତରଳ ଝାଡ଼ା ଲାଗି ରହିଥିଲା । ଖାଦ୍ୟନଳୀ ସଂକ୍ରମିତ ହୋଇଥିବାରୁ ଆରତୀର ମୃତ୍ୟୁ ଘଟିଥିବାର ଜଣା ପଡ଼ୁଛି । ଇତିମଧ୍ୟରେ ଗତ ୧୮ ଦିନ ମଧ୍ୟରେ ତିନୋଟି ଭାଲୁର ମୃତ୍ୟୁ ଘଟିଛି ବୋଲି ନନ୍ଦନକାନନର ଉପନିର୍ଦ୍ଦେଶକ ବିମଳ ଚନ୍ଦ୍ର ଆଚାର୍ୟ୍ୟ ସୂଚନା ଦେଇଛନ୍ତି।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0