ଭୁବନେଶ୍ୱର ୦୯।୦୭: ରାଜ୍ୟରେ ଆଉ ୨୦ ହଜାର ଆଣ୍ଟିଜେନ୍ ଟେଷ୍ଟିଂ କିଟ୍ ଆସି ପହଞ୍ଚିଛି । ପୂର୍ବରୁ ୫ ହଜାର କିଟ୍ ଆସି ସାରିଥିଲା। ଏହି କିଟ୍ରେ ସ୍ୱାବ୍ ପରୀକ୍ଷା କରି ୧ ଘଣ୍ଟା ମଧ୍ୟରେ କରୋନା ପଜିଟିଭ୍ କି ନେଗେଟିଭ୍ ଜଣାପଡ଼ିବ । ଠିକ୍ଠାକ୍ ରହିଲେ, ଆଗକୁ ଆହୁରି କିଟ୍ ଆସିବ ବୋଲି ଜଣାପଡିଛି । ରିଜିଓନାଲ ମେଡିକାଲ ରିସର୍ଚ୍ଚ ସେଣ୍ଟର (ଆର୍ଏମ୍ଆର୍ସି) ନିର୍ଦ୍ଦେଶକ ଡାକ୍ତର ସଂଘମିତ୍ରା ପତି ଏ ନେଇ ସୂଚନା ଦେଇଛନ୍ତି। ଡାକ୍ତର ପତି କହିଛନ୍ତି, ପହଞ୍ଚିଥିବା କିଟ୍ରୁ ୫ ମେଡିକାଲ କଲେଜକୁ ୧୦୦୦ ଲେଖାଏଁ ଦିଆଯିବ । ୩୦ ଜିଲ୍ଲାରେ ଥିବା ମୁଖ୍ୟ ଚିକିତ୍ସାଳୟ ସହ କ୍ୟାପିଟାଲ ହସ୍ପିଟାଲ ଓ ଆର୍ଜିଏଚ୍କୁ ୧୫୦ଟି ଲେଖାଏଁ କିଟ୍ ମିଳିବ । ଆଚାର୍ୟ୍ୟ ହରିହର କର୍କଟ ଗବେଷଣା କେନ୍ଦ୍ରକୁ ୫୦୦ କିଟ୍ ଦିଆଯିବ । ଗଞ୍ଜାମ ଜିଲ୍ଲା ପାଇଁ ୨୫୦୦ ଓ ଗଜପତି ଜିଲ୍ଲାକୁ ୫୦୦ କିଟ୍ ଅଲଗା ଦିଆଯିବ । ଏସବୁ ବାଦ୍ ରାଜଧାନୀ ପାଇଁ ପାଖାପାଖି ୪ରୁ ସାଢ଼େ ୪ ହଜାର କିଟ୍ ରଖାଯାଇଛି । ରିପୋର୍ଟ ଓ ଖର୍ଚ୍ଚର ସବୁ ଅନୁଧ୍ୟାନ ପରେ ଆଉ ଅଧିକ କିଟ୍ ଆସିବ । ଏହି କିଟ୍ରେ ପଜିଟିଭ୍ ଆସିଲେ ଆଉ ଆର୍ଟିପିସିଆର୍ ଟେଷ୍ଟର ଆବଶ୍ୟକତା ନାହିଁ । ଯଦି ଶରୀରରେ ପର୍ୟ୍ୟାପ୍ତ ପରିମାଣରେ ଭୂତାଣୁ ରୁହେ, ରୋଗକୁ ସହଜରେ ଚିହ୍ନଟ କରାଯାଇ ପାରିବ । ଆଣ୍ଟିଜେନ୍ ଟେଷ୍ଟ ପରେ ଯାଇ ହସ୍ପିଟାଲରେ ରୋଗୀଙ୍କୁ ଇନ୍ଡୋର୍ରେ ଭର୍ତ୍ତି କରାଯିବ । ଏହାହେଲେ ୱାର୍ଡ ଭିତରେ ରୋଗୀଙ୍କୁ ସଂକ୍ରମଣକୁ ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0