spot_img

ଉଦଘାଟନ ହେଲା କୋସି ରେଳ ସେତୁ

ପାଟନା: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର ଅନେକ ନୂଆ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି କ୍ରମରେ ମିଥିଳାଞ୍ଚଳ କୋସି ରେଳ ସେତୁର ମଧ୍ୟ ଉଦଘାଟନ କରିଛନ୍ତିି । ଏହି ସମୟରେ ମୋଦୀ ନିଜ ସମ୍ବୋଧନରେ କହିଛନ୍ତି କି ରେଳ ଯୋଗାଯୋଗ କ୍ଷେତ୍ରରେ ଆଜି ଇତିହାସ ରଚନା କରାଯାଇଛି । ଏହି ପ୍ରକଳ୍ପ ବିହାର ସହ ପଶ୍ଚିମବଙ୍ଗ ଓ ପୂର୍ବ ଭାରତର ଲୋକଙ୍କୁ ଏହା ଲାଭ ମିଳିବ ବୋଲି ସେ କହିଛନ୍ତି । ପିଏମ ନିଜ ସମ୍ବୋଧନରେ ଆତ୍ମନିର୍ଭର ଭାରତ ମିଶନ ଅନୁସାରେ ବିହାରରେ ରେଳ ନେଟୱାର୍କକୁ ବୃଦ୍ଧି କରାଯିବ ବୋଲି କହିଛନ୍ତି । ଏହା ସହ ବିଦ୍ୟୁତୀକରଣ ମଧ୍ୟ କରାଯିବ । ୨୦୧୪ ପୂର୍ବରୁ ମାତ୍ର ୩୦୦ କିମି ରେଳ ଲାଇନ ଥିଲା । କିନ୍ତୁ ମାତ୍ର ପାଞ୍ଚ ବର୍ଷ ମଧ୍ୟରେ ଏହା ୭୦୦ କିମି ବୃଦ୍ଧି ହୋଇଛି ।

pm yojna

ଏହା ବ୍ୟତୀତ ମୋଦୀ ସମସ୍ତିପୁର ରେଳମଣ୍ଡଳର କେତେକ ଯୋଜନାର ଉଦଘାଟନ କରିଛନ୍ତି । ସୁପୌଲରୁ ଆସନପୁର କୁପହା ଡେମୁ ଟ୍ରେନର ପରିଚାଳନାକୁ ସବୁଜ ସଙ୍କେତ ଦେଇଛନ୍ତି । ନରେନ୍ଦ୍ର ମୋଦୀ ଆଜି କୋସି ମହାସେତୁ ଦେଶକୁ ସମର୍ପିତ କରିଛନ୍ତି । କିନ୍ତୁ ଏହା ମିଥିଳାଞ୍ଚଳ ସହ ଯୋଡ଼ିହେବା ପାଇଁ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡ଼ିବ । ସୁପୌଲରୁ ସରାଇଗଡ଼ ହୋଇ କୋସି ମହାସେତୁ ଦେଇ ଟ୍ରେନ ଆସାନପୁର କୁପହା ହଲ୍ଟ ଯାଏ ଚାଲିବ । ଆସାନପୁର କୁପହା ହଲ୍ଟରୁ ଝଞ୍ଝାରପୁର ଷ୍ଟେସନ ଯାଏ କାମ ଚାଲିଛି । ଏହି ଦୁଇ ଷ୍ଟେସନ ମଧ୍ୟରେ ଆଉ ୫ଟି ଛୋଟ ପୋଲର ନିର୍ମାଣ କରାଯିବ । ଏହି ନିର୍ମାଣ କାର୍ଯ୍ୟ ପୁରା ହେବା ପରେ କୋସିରୁ ମିଥିଳାଞ୍ଚଳର ଦରଭଙ୍ଗା ଷ୍ଟେସନ ଯୋଡ଼ିହେବ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular