spot_img

କୁକୁରଙ୍କ ପାଇଁ ବ୍ଲଡ ବ୍ୟାଙ୍କ ପ୍ରତିଷ୍ଠା କଲା ପ୍ରାଣୀ ବିଜ୍ଞାନ ବିଶ୍ୱବିଦ୍ୟାଳୟ

ଚଣ୍ଡିଗଡ: ପଞ୍ଜାବ ଲୁଧିଆନାରେ କୁକୁରଙ୍କ ପାଇଁ ରକ୍ତ ବ୍ୟାଙ୍କ ପ୍ରତିଷ୍ଠା କଲା ଗୁରୁ ଅଙ୍ଗଦ ଦେବ ପ୍ରାଣୀ ଚିକିତ୍ସା ଏବଂ ପ୍ରାଣୀ ବିଜ୍ଞାନ ବିଶ୍ୱବିଦ୍ୟାଳୟ । କୁକୁରଙ୍କ ପାଇଁ ଏକ ସ୍ୱତନ୍ତ୍ର ରକ୍ତ ବ୍ୟାଙ୍କ ପ୍ରତିଷ୍ଠା କରିଛି ଗୁରୁ ଅଙ୍ଗଦ ଦେବ ପ୍ରାଣୀ ଚିକିତ୍ସା ଏବଂ ପ୍ରାଣୀ ବିଜ୍ଞାନ ବିଶ୍ୱବିଦ୍ୟାଳୟ । ଉତ୍ତର ଭାରତରେ କୁକୁରମାନଙ୍କ ପାଇଁ ଏହା ରକ୍ତ ବ୍ୟାଙ୍କ ଅଟେ । ବାୟୋଟେକ୍ନୋଲୋଜି ବିଭାଗର ଅନୁମୋଦନ ପାଇବା ପରେ ଏହି  ରକ୍ତ ବ୍ୟାଙ୍କ ପ୍ରତିଷ୍ଠା କରାଯାଇଛି। ଗଣମାଧ୍ୟମକୁ ସୂଚନା ଦେଇ ବିଶ୍ବ ବିଦ୍ୟାଳୟର ଡ. ସୁକ୍ରିତି ଶର୍ମା କହିଛନ୍ତି, ‘ଆମେ ପ୍ରତିବର୍ଷ ଅତି କମରେ 25000 ମାମଲା ସମ୍ବାଳି ଥାଉ। ସେଥିମଧ୍ୟରୁ 500-600 ମାମଲାରେ କୁକୁରମାନଙ୍କର ହିମୋଗ୍ଲୋବିନ୍ ସ୍ତର କମ୍ ଥାଏ। ସେଥିମଧ୍ୟରୁ ଗୋଟିଏ ମାମଲାରେ ରକ୍ତ ସ୍ତର ହ୍ରାସ ପାଉଥିବା ଦେଖିବାକୁ ମିଳିଥିଲା। ଏହାପରେ ଆମେ 3 ଗ୍ରାମ ରକ୍ତଦାନ କରିଥିଲୁ । ଯେଉଁଥିରେ କୁକୁରଟିର ରକ୍ତ ସ୍ତର 7 ଗ୍ରାମକୁ ବୃଦ୍ଧି ପାଇଥିଲା ।ଏଥିସହ ସେ କହିଛନ୍ତି, କୁକୁରମାନଙ୍କ ରକ୍ତ ବ୍ୟାଙ୍କ ଅନୁମୋଦନ ପାଇଁ ମୋଟ 25 ଟି ରାଜ୍ୟ ଆବେଦନ କରିଥିଲେ। ଏଥିପାଇଁ ବାୟୋଟେକ୍ନୋଲୋଜି ବିଭାଗ କେବଳ ଦୁଇଟି ରକ୍ତ ବ୍ୟାଙ୍କ ପ୍ରତିଷ୍ଠା କରିବାକୁ ଅନୁମୋଦନ କରିଛି। ଗୋଟିଏ ରକ୍ତ ବ୍ୟାଙ୍କ ଚେନ୍ନାଇରେ ଏବଂ ଅନ୍ୟଟି ପଞ୍ଜାବରେ ପ୍ରତିଷ୍ଠା କରାଯାଇଛି । ଡାକ୍ତର ଆହୁରୀ ମଧ୍ୟ କହିଛନ୍ତି ଯେ, ଏହାପୂର୍ବରୁ ଗୋଟିଏ କୁକୁରର ରକ୍ତ ଅନ୍ୟ ଏକ କୁକୁରକୁ ଦାନ କରାଯାଇଥିଲା। କିନ୍ତୁ ଏହି ବ୍ଲଡ ବ୍ୟାଙ୍କ ସୁବିଧା ଅଧିନରେ ଆମେ ଦାନ କରାଯାଇଥିବା ରକ୍ତକୁ ତିନି ଭାଗରେ ବିଭକ୍ତ କରିବୁ । ସେଗୁଡିକ ହେଲା ରେଡ ବ୍ଲଡ ସେଲ (ଆରବିସି), ପ୍ଲାଜମା ଏବଂ ପ୍ଲେଟଲେଟ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular