ନୂଆଦିଲ୍ଲୀ: ମୋଦି ସରକାରଙ୍କ କୃଷି ବିଲ ବିପକ୍ଷରେ କୃଷକମାନଙ୍କର ଅସନ୍ତୋଷ ଦିନକୁ ଦିନ ବଢିବାରେ ଲାଗିଛି । ହରିଆନା ଓ ପଞ୍ଜାବର କୃଷକ ରାଜରାସ୍ତା ଉପରେ ଆନ୍ଦୋଳନ କରି କୃଷି ସହିତ ଜଡିତ ତିନୋଟି ବିଲକୁ ଫେରାଇ ନେବା ପାଇଁ ଦାବି କରୁଛନ୍ତି । କାଲି ଲୋକସଭାରେ ଦୁଇଟି ବିଲ୍ ପାସ୍ ହୋଇଥିଲା । ସେଥିମଧ୍ୟରୁ ଗୋଟିଏ ‘କୃଷି ଉପଜ ବ୍ୟାପାର ଏବଂ ବାଣିଜ୍ୟ (ସମ୍ବର୍ଦ୍ଧନ ଏବଂ ସୁବିଧା) ବିଧେୟକ-୨୦୨୦’ ଏବଂ ଦ୍ୱିତୀୟଟି କିଷାନ (ସଶକ୍ତିକରଣ ଏବଂ ସଂରକ୍ଷଣ) କିମତ ଆଶ୍ୱାସନ ଏବଂ କୃଷି ସେବା ବିଧେୟକ-୨୦୨୦ । ଏହି ବିଲକୁ ଚାରିଆଡେ ବିରୋଧ ହେବା ପରେ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୌମାର ନିଜର ମତ ରଖିଛନ୍ତି । ତୌମର କହିଛନ୍ତି ଏହି ବିଲ ମାଧ୍ୟମରେ କୃଷକମାନଙ୍କର ଲାଭ ହେବ । କିଛି ଲୋକ ଏହି ବିଲକୁ ଠିକ୍ ଭାବରେ ପଢି ନାହାନ୍ତି । ରାଜ୍ୟସଭାରେ ବିରୋଧୀଙ୍କ ସହ ଏ ବିଷୟରେ ଆଲୋଚନା କରିବୁ ।



Visitors Today : 4
Total Visitors : 130173
Total Views : 9891620
Visitors Online Now : 0