କୋଲକାତା : ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ୩ ମାସ ବିତିଗଲାଣି । ହେଲେ ଆଜି ବି ନିଜ ପ୍ରଶଂସକଙ୍କ ମଧ୍ୟରେ ଜୀବିତ ସୁଶାନ୍ତ ସିଂଙ୍କ ନିଖୁଣ ଅଭିନୟ । ପଶ୍ଚିମବଙ୍ଗର ଜଣେ ମୂର୍ତ୍ତିକାର ସୁଶାନ୍ତଙ୍କ ଏକ ମହମର ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି । ମୂର୍ତ୍ତିଟି ଅଭିନେତାଙ୍କ ଅବକଳ ତଥା ଜୀବନ୍ତ ପରି ଦେଖାଯାଉଛି। ପଶ୍ଚିମବଙ୍ଗର ଆସାନସୋଲର ଶିଳ୍ପୀ। ସୁକାନ୍ତ ରାୟ ଏହି ପ୍ରତିମୂର୍ତ୍ତିକୁ ନିଜ ସଂଗ୍ରହାଳୟରେ ନିର୍ମାଣ କରିଛନ୍ତି । ସୁକାନ୍ତ ଜାତୀୟ ନ୍ୟୁଜ ଏଜେନ୍ସି ଏଏନଆଇକୁ କହିଛନ୍ତି, ସେ ସୁଶାନ୍ତଙ୍କର ଜଣେ ପ୍ରଶଂସକ । ଏହା ତାଙ୍କ ସଂଗ୍ରାହଳୟ ପାଇଁ ତିଆରି କରିଛନ୍ତି । ଯଦି ସୁଶାନ୍ତଙ୍କ ପରିବାର ପ୍ରତିମୂର୍ତ୍ତି ପାଇଁ ଅନୁରୋଧ କରନ୍ତି ତେବେ ସେ ଆଉ ଏକ ନୂତନ ନିର୍ମାଣ କରିବେ ବୋଲି କହିଛନ୍ତି । ଏହା ପୂର୍ବରୁ ରାୟ ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନ ଏବଂ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲିଙ୍କ ସମେତ ଅନ୍ୟ କେତେକ ଲୋକପ୍ରିୟ ସେଲିବ୍ରିଟିଙ୍କ ମହମ ପ୍ରତିମୂର୍ତ୍ତୀ ତିଆରି ପାଇଁ ହେଡଲାଇନରେ ସ୍ଥାନ ପାଇଥିଲେ।



Visitors Today : 1
Total Visitors : 130170
Total Views : 9891616
Visitors Online Now : 0