ନୂଆଦିଲ୍ଲୀ: କୃଷି କ୍ଷେତ୍ର ସହ ଜଡିତ ତିନୋଟି ବିଲକୁ ନେଇ କୃଷକମାନଙ୍କର ଆନ୍ଦୋଳନ ଜାରି ରହିଛି । ଭିଷଣ ବିରୋଧ ସତ୍ତ୍ୱେ କେନ୍ଦ୍ର ସରକାର ନିଜ ନିଷ୍ପତ୍ତିରେ ଅଟଳ ରହିଛନ୍ତି । ଶୁକ୍ରବାର ବିହାରବାସୀଙ୍କୁ କେତେକ ପରିଯୋଜନାର ଉପହାର ଦେବା ସମୟରେ ନରେନ୍ଦ୍ର ମୋଦୀ କୃଷି ବିଲ ଉପରେ ମତ ରଖିଛନ୍ତି । ସେ କହିଛନ୍ତି କିଛି ରାଜନୈତିକ ଦଳ କୃଷକମାନଙ୍କୁ ଭ୍ରମିତ କରୁଛନ୍ତି ।
ଗତକାଲି ବିଶ୍ୱକର୍ମା ପୂଜା ଉପଲକ୍ଷେ ଲୋକସଭାରେ ଐତିହାସିକ କୃଷି ସୁଧାର ବିଧେୟକ ପାରିତ ହୋଇଛି । ଏହି ବିଧେୟକ ଗୁଡିକ ଆମର ଅନ୍ନଦାତା କୃଷକମାନଙ୍କୁ ସେମାନଙ୍କର ବନ୍ଧନରୁ ମୁକ୍ତି ଦେବ । ଏହି ସଂଶୋଧନ ମାଧ୍ୟମରେ କୃଷକମାନଙ୍କୁ ନିଜ ନିଜର କୃଷିଦ୍ରବ୍ୟ ବିକ୍ରି କରିବା ପାଇଁ ବିକଳ୍ପ ଏବଂ ଅଧିକ ଅବସର ମିଳିବ । ମୁଁ ଦେଶର ସମସ୍ତ କୃଷକଙ୍କୁ ଏହି ବିଧେୟକ ପାଇଁ ସୁଭେଚ୍ଛା ଜଣାଉଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।
ସେ ଆହୁରି ମଧ୍ୟ କହିଛନ୍ତି, କୃଷକ ଏବଂ ଗ୍ରାହକଙ୍କ ମଧ୍ୟରେ ଥିବା ବେପାରୀ, ଯେଉଁମାନେ କି କୃଷକମାନଙ୍କ ପରିଶ୍ରମର ବଡ ଲାଭ ନେଇଥାନ୍ତି, ସେମାନଙ୍କଠାରୁ ବଞ୍ଚିବା ପାଇଁ ଏହି ବିଧେୟକ କୃଷକମାନଙ୍କ ପାଇଁ ଆବଶ୍ୟକ ଥିଲା । ଏହି ବିଧେୟକ କୃଷକମାନଙ୍କ ପାଇଁ ରକ୍ଷା କବଚ ପରି କାମ କରିବ । କିନ୍ତୁ କିଛି ଲୋକ ଯେଉଁମାନେ ବର୍ଷ ବର୍ଷ ଧରି ଶାସନରେ ରହିଆସିଛନ୍ତି, ସେମାନେ କୃଷକମାନଙ୍କୁ ଭ୍ରମିତ କରୁଛନ୍ତି । କିଛି ଲୋକ କୃଷକମାନଙ୍କୁ ମିଛ କହୁଛନ୍ତି । ସେମାନେ ନିର୍ବାଚନ ସମୟରେ କୃଷକମାନଙ୍କୁ ପ୍ରଭାବିତ କରିବା ପାଇଁ ବଡ ବଡ କଥା କହୁଥିଲେ, ଲିଖିତ ଏବଂ ଘୋଷଣାପତ୍ର ମାଧ୍ୟମରେ ଭୋଟରମାନଙ୍କୁ ପ୍ରଭାବିତ କରୁଥିଲେ ଏବଂ ପରେ ଭୁଲି ଯାଉଥିଲେ । ବର୍ତ୍ତମାନ ଯେତେବେଳେ ବିଜେପି-ଏନଡିଏ ସରକରା ଏହି ସବୁ ଯୋଜନା ସଫଳ କରିବାକୁ ଯାଉଛି, ସେତେବେଳେ ସେମାନେ ବିଭିନ୍ନ କଥା କହି ଲୋକମାନଙ୍କୁ ଭ୍ରମିତ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0