spot_img

ଜିଓ ବନାମ ଏୟାରଟେଲ, ପ୍ଲାନରେ କ’ଣ ରହିଛି ଅନ୍ତର?

କରୋନା ମହାମାରୀ ପାଇଁ ଲୋକେ ଏବେ ଅଧିକ ସମୟ ଘରେ ରହୁଛନ୍ତି । ତେଣୁ ଇଣ୍ଟରନେଟର ବ୍ୟବହାର ବୃଦ୍ଧି ପାଇଛି । ଏହି ସମୟରେ ଟେଲିିକମ କମ୍ପାନୀଗୁଡ଼ିକ ଗ୍ରାହକଙ୍କୁ ପ୍ରଲୋଭିତ କରିବାକୁ କୌଣସି ମୌକା ଛାଡ଼ୁନାହାନ୍ତି । କମ୍ପାନୀ ନୂଆ ନୂଆ ପ୍ଲାନ୍ ମାଧ୍ୟମରେ ଗ୍ରାହକ ପାଇଁ ଆଣୁଛନ୍ତି । ଆମେ ଆଜି ଜିଓ ଓ ଏୟାରଟେଲର ୫୯୮ ଟଙ୍କା ପ୍ଲାନ୍ ବିଷୟରେ ଜଣାଇବୁ ।

airtel
ଏୟାରଟେଲ ପ୍ଲାନରେ ଗ୍ରାହକଙ୍କୁ ପ୍ରତିଦିନ ୧.୫ ଜିବି ଡାଟା ଦିଆଯାଇଥାଏ । ଏହା ସହ ଗ୍ରାହକଙ୍କୁ ୬ ଜିବି ଆଡିସିନାଲ ଡାଟା ମଧ୍ୟ ମିଳିଥାଏ । ଏହି ପ୍ଲାନରେ ୮୪ ଦିନ ଡାଟା ଭ୍ୟାଲିଟିଟି ଥାଏ । ଏଥିରେ ଗ୍ରାହକଙ୍କୁ ଅନଲିମିଟେଡ଼ ଫ୍ରି କଲିଂ ସହ ପ୍ରତିଦିନ ୧୦୦ ଏସଏମଏସ ମଧ୍ୟ ଦିଆଯାଇଥାଏ । ଏହା ଛଡ଼ା ଏୟାରଟେଲ ଏକ୍ସଟ୍ରିମ ପ୍ରିମିୟମ ଓ ୱିଙ୍କ ମ୍ୟୁଜିକ ଆପର ସବସ୍କ୍ରିପସନ ମଧ୍ୟ ଦିଆଯାଇଥାଏ । ଏହା ସହ ଏଥିରେ ଫ୍ରି ହ୍ୟାଲୋଟ୍ୟୁନ୍ ଓ ଫାଷ୍ଟଟ୍ୟାଗ ଉପରେ ୧୫୦ ଟଙ୍କା ଯାଏ କ୍ୟାଶବ୍ୟାକ ମଧ୍ୟ ରହିଛି ।

jio

ଜିଓର ୫୯୮ ଟଙ୍କା ପ୍ଲାନରେ ଗ୍ରାହକଙ୍କୁ ପ୍ରତ୍ୟେହ ୨ ଜିବି ଡାଟା ଦିଆଯାଇଥାଏ । ଗ୍ରାହକଙ୍କୁ ୫୬ ଦିନ ଭାଲିଡିଟି ସହ ୧୧୨ ଜିବି ଡାଟା ମିଳିଥାଏ । ଏହି ପ୍ଲାନରେ ଗ୍ରାହକଙ୍କୁ ଫ୍ରି-ଅନ ନେଟ କଲିଂ ଓ ଅଫ ନେଟ କଲିଂ ପାଇଁ ୨୦୦୦ ମିନିଟ ମିଳିଥାଏ । ଏହା ସହ ଏହି ପ୍ଲାନରେ ଗ୍ରାହକଙ୍କୁ ପ୍ରତିଦିନ୧୦୦ ଏସଏମଏସ ଓ ଜିଓ ଆପର ଫ୍ରି ସବସ୍କ୍ରିପସନ ମଧ୍ୟ ଦିଆଯାଇଥାଏ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏଥିରେ ଗ୍ରାହକଙ୍କୁ ଡିଜନୀ + ହଟଷ୍ଟାର ଭିଆଇପିର ବାର୍ଷିକ ଗ୍ରାହକ ସୁବିଧା ମଧ୍ୟ ଉପଲବ୍ଧ ଅଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular