spot_img

ମହାରାଷ୍ଟ୍ର ଶକ୍ତିମନ୍ତ୍ରୀ ନିତିନ ରାଉତ କରୋନା ଆକ୍ରାନ୍ତ

ମୁମ୍ବାଇ: ମହାରାଷ୍ଟ୍ରର ଶକ୍ତିମନ୍ତ୍ରୀ ନିତିନ ରାଉତ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ନିତିନ ରାଉତ ନିଜେ ଟ୍ୱିଟ କରି ଶୁକ୍ରବାର ଦିନ ଏହି ସୂଚନା ଦେଇଛନ୍ତି । ରାଜ୍ୟ ମନ୍ତ୍ରୀମଣ୍ଡଳର କରୋନା ପଜିଟିଭ ଭାବରେ ନିତିନ ରାଉତ ହେଉଛନ୍ତି ୯ ନମ୍ବର ମନ୍ତ୍ରୀ । ରାଜ୍ୟ କଂଗ୍ରେସର କାର୍ଯ୍ୟକାରୀ ଅଧ୍ୟକ୍ଷ ରାଉତ ଟ୍ୱିଟ କରି କହିଛନ୍ତି, ‘ମୁଁ କରୋନା ପଜିଟିଭ ଚିହ୍ନଟ ହୋଇଛି । ମୋ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତି ମାନଙ୍କୁ ନିବେଦନ କରୁଛି କି ସମସ୍ତେ କରୋନା ଟେଷ୍ଟ କରେଇ ନିଅନ୍ତୁ ।

ଉଲ୍ଲେଖଯୋଗ୍ୟ, ଏହା ପୁର୍ବରୁ ଜିତେନ୍ଦ୍ର ଆହ୍ୱାଡ଼(ଗୃହ), ଅଶୋକ ଚହ୍ୱାନ(ପିଡ଼ବ୍ଲୁଡ଼ି), ଧନଞ୍ଜୟ ମୁଂଡ଼େ(ସାମାଜିକ ନ୍ୟାୟ), ସୁନିଲ କେଦାର(ପଶୁପାଳନ), ବାଲାସାହେବ ପାଟିଲ(ସମବାୟ), ଅସଲମ ଶେଖ(ବସ୍ତ୍ର), ଅବଦୁଲ ସତ୍ତାର(ଗ୍ରାମୀଣ ବିକାଶ) ଓ ବିଶ୍ୱଜିତ କଦମ କୋଭିଡ଼-୧୯ ଦ୍ୱାରା ସଂକ୍ରମିତ ହୋଇସାରିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular