spot_img

ବଢୁଛି ମାନସିକ ଚିନ୍ତା…

କରୋନା ପାଇଁ ରହୁଥିବା ହୋମ ଆଇସୋଲେସନରେ ବ୍ୟକ୍ତିଙ୍କ ବଢୁଛି ମାନସିକ ଚିନ୍ତା । ଏହାକୁ ଦୃଷ୍ଟିରେ ରଖି ସାମାନ୍ୟ ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ଲୋକଙ୍କୁ ସରକାର ହୋମ ଆଇସୋଲେସନରେ ରହିବାକୁ ପରାର୍ମଶ ଦେଉଛନ୍ତି । ତେବେ ଏହି ଆଇସୋଲେସନରେ ରହୁଥିବା ଲୋକଙ୍କ ମାନସିକ ଅବସାଦ ବଢୁଥିବା ଦେଖିବାକୁ ମିଳିଛି । ଏକାନ୍ତବାସରେ ଲୋକ ଏକୁଟିଆ ଅନୁଭବ କରୁଛନ୍ତି । ଯାହା ହୋମ ଆଇସୋଲେସନରେ ରହୁଥିବା ବ୍ୟକ୍ତିଙ୍କୁ ଅନୁଶୀଳନ କଲେ ଜଣାପଡୁଛି । ଏକୁଟିଆ ଗୋଟିଏ ଘରେ ରହୁଥିବାରୁ ନାନା ଆଶାଙ୍କା ମନ ଭିତରେ ଖେଳୁଛି । ଯାହା ମନୋବଳକୁ ଭାଙ୍ଗିଦେଉଛି । ନୁଆ ରୋଗର ଅନୁଭୁତି ସାଙ୍ଗକୁ ପରିବାର ଠୁ ଦୁରରେ ରହିବା ଲୋକଙ୍କ ମାନସିକ ଚାପଗ୍ରସ୍ତ କରୁଥିବ ଦେଖିବାକୁ ମିଳିଛି । ୧୭ଦିନ ଏକୁଟିଆ ରହିବା ଫଳରେ ମାନସିକ ଭାବେ ମଣିଷ ଦୁର୍ବଳ ହୋଇଥିବା ଦେଖିବାକୁ ମିଳୁଛି । ଏସବୁରୁ ମୁକ୍ତି ପାଇବା ପାଇଁ ସରକାର ହୋମ ଆଇସୋଲେସନରେ ରହୁଥିବା ଲୋକଙ୍କୁ କାଉନସିଲ କରାଯାଉଛି । ୧୯୩୯ ନମ୍ବରରୁ କଲ କରି ସେମାନେ କିପରି ରହୁଛନ୍ତି, ଓ ମାନସିକ ସ୍ଥିତି କିପରି ରହିଛି ତାହା ବୁଝିବା ସହ କଣ , କଣ ଲକ୍ଷଣ ଦେଖାଯାଉଛି ଆଦି ପଚାରି ବୁଝୁଛନ୍ତି ।ତେବେ ଏହା ପରେ ବି ଲୋକ ଭୟ ଓ ରୋଗର ପ୍ରକୋପରେ ଅସ୍ଥିର ହୋଇଯାଉଛନ୍ତି । ତେଣୁ ସେମାନେ ଏହି ସମୟରେ ଫୋନରେ ବାର୍ତ୍ତାଳପ କରିବା ଠୁ ଆରମ୍ଭ କରି ସକାରତ୍ମକ ଚିନ୍ତା କରିବା ଆବଶ୍ୟକ । ଏଥିସହ ବହି ପଢିବା ଓ ଲେଖାଲେଖି କରିବା ଦ୍ୱାରା ହିଁ ସ୍ୱାସ୍ଥ୍ୟ ପାଇଁ ଯତ୍ନବାନ ହେବା ଆବଶ୍ୟକ । ତେଣୁ ଏକୁଟିଆ ରହିଲେ ନାନା ଚିନ୍ତା ବଢିବା ସହ ମାନସିକ ଶାନ୍ତି ଜରୁରୀ ହୋଇପଡୁଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular