ମୁମ୍ବାଇ: ବର୍ତ୍ତମାନ ପର୍ଯ୍ୟନ୍ତ ଅଭିନେତା ସୁଶାନ୍ତ ସିଂହ ମୃତ୍ୟୁ ରହସ୍ୟ ଉପରୁ ପରଦା ଉଠିନି । ମାତ୍ର ଏବେ ଏମ୍ସ ରିପୋର୍ଟ ମିଳିବା ପରେ ଏହା ହତ୍ୟା ନା ଆତ୍ମହତ୍ୟା ତା ଉପରୁ ପରଦା ଉଠିବ ବୋଲି ଆଶା କରାଯାଉଛି । ଆଜି ସୁଶାନ୍ତ ସିଂହ ରାଜପୁତଙ୍କ ଭିସେରା ରିପୋର୍ଟ ଆସିବ । ଭିସେରା ରିପୋର୍ଟ ମିଳିବା ପରେ ଏମ୍ସର ଡାକ୍ତରଙ୍କ ପ୍ୟାନେଲ ସୁଶାନ୍ତଙ୍କ ମୃତ୍ୟୁ ଉପରେ ଅନ୍ତିମ ଥର ବୈଠକରେ ବସିବ । ଏହି ବୈଠକରେ ସୁଶାନ୍ତଙ୍କ ଭିସେରା ଏବଂ ପୋଷ୍ଟମର୍ଟମ ରିପୋର୍ଟ ଉପରେ କଥାବାର୍ତ୍ତା ହେବ । ଭିସେରା ରିପୋର୍ଟରୁ ପରିଷ୍କାର ହେବ ଯେ, ସୁଶାନ୍ତଙ୍କୁ ବିଷ ଦିଆଯାଇଥିଲା ନା ନାହିଁ । ଏହା ପୂର୍ବରୁ କଲିନା ଫରେନସିକ ନିଜ ରିପୋର୍ଟରେ ଭିସେରା ରିପୋର୍ଟକୁ ନେଗେଟିଭ କହିଥିଲା । ପୁଣି ଥରେ ସାମନାକୁ ଆସିଥିବା ଏହି ରିପୋର୍ଟ ସୁଶାନ୍ତଙ୍କ ୨୦ ପ୍ରତିଶତ ଭିସେରା ଯାଞ୍ଚ ଉପରେ ପ୍ରସ୍ତୁତ କରାଯାଇଛି । ପୂର୍ବରୁ ମୁମ୍ବାଇ ପୋଲିସ୍ ୮୦ ପ୍ରତିଶତ ଭିସେରା ନିଜ ତଦନ୍ତରେ ବ୍ୟବହାର କରି ସାରିଛି ।



Visitors Today : 4
Total Visitors : 130173
Total Views : 9891620
Visitors Online Now : 0