କଲିକତା: କଲିକତା ପୁଲିସର ଜଣେ ଡ଼େପୁଟି କମିଶନର କରୋନାରେ ସଂକ୍ରମିତ ହୋଇଛନ୍ତି । କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତୀ କରାଯାଇଛି । ଶୁକ୍ରବାର ଦିନ ପୋଲିସ ବିଭାଗ ଏହି ବିଷୟରେ ସୂଚନା ଦେଇଛି । ପୁଲିସ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କଲିକତା ପୁଲିସର ଦକ୍ଷିଣ-ପୂର୍ବ ଡ଼ିଭିଜନର ଡ଼େପୁଟି କମିଶନର ଦେବସ୍ମିତା ଦାସଙ୍କୁ ଗୁରୁବାର ଦିନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସୂଚନା ଅନୁସାରେ, ଆପିଏସ ଅଧିକାରୀ ଦେବସ୍ମିତା ଦାସଙ୍କର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କିଛି ସମସ୍ୟା ଦେଖାଦେଇଥିଲା ଯେଉଁଥିପାଇଁ ସେ ଗତ ରବିବାର ଠାରୁ ଛୁଟିରେ ଥିଲେ । ତାହା ସହିତ ପୁଲିସ କମିସନର ଅନୁଜ ଶର୍ମା ମଧ୍ୟ ଗତ ସପ୍ତାହ ଠାରୁ ହୋମ କ୍ୱାରେଣ୍ଟାଇନରେ ରହିଛନ୍ତି । ତାଙ୍କର କରୋନା ରିପୋର୍ଟ ମଧ୍ୟ ପଜିଟିଭ ଆସିଥିଲା । ସୂଚନାଯୋଗ୍ୟ, ପଶ୍ଚିମବଙ୍ଗର ଅନେକ ଆଇପିଏସ ଅଧିକାରୀ ଓ ଅନ୍ୟ ପୁଲିସ କର୍ମଚାରୀ ମଧ୍ୟ ମହାମାରୀ କରୋନାରେ ଆକ୍ରାନ୍ତ ହୋଇସାରିଛନ୍ତି । ତେବେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୩୦୦୦ ପୁଲିସ କର୍ମଚାରୀ କରୋନାରେ ସଂକ୍ରମିତ ହୋଇସାରିଲେଣି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0