ସମ୍ବଲପୁର, ଦୀର୍ଘଦିନ ପରେ ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ସମସ୍ତ ଗେଟ୍ । ବନ୍ୟାଜଳ ନିୟନ୍ତ୍ରଣ ପାଇଁ ଚଳିତ ବର୍ଷ ହୀରାକୁଦ ଜଳଭଣ୍ଡାରର ୪୬ଟି ଗେଟ୍ ଖୋଲାଯାଇଥିଲା । ଜଳଭଣ୍ଡାରକୁ ଜଳପ୍ରବେଶ, ଜଳଭଣ୍ଡାରର ଜଳସ୍ତର, ଜଳ ପରିଚାଳନା ନେଇ ରୁଲକର୍ଭକୁ ଆଧାର କରି ପର୍ୟ୍ୟାୟକ୍ରମେ ଗେଟ୍ ଗୁଡିକ ବନ୍ଦ ହୋଇଥିଲା । ଗୋଟିଏ ପରେ ଗୋଟିଏ ହିସାବରେ ୪୪ ଗେଟ୍ ବନ୍ଦ ହେଲା ପରେ ୨ଟି ଗେଟ୍ ଦେଇ ବନ୍ୟାଜଳ ଛଡାଯାଉଥିଲା । ପରବର୍ତ୍ତୀ ମୁହୂର୍ତ୍ତରେ ଗୋଟିଏ ଓ ଶକ୍ରବାର ଗୋଟିଏ ଗେଟ୍ ବନ୍ଦ ହେଲା ପରେ ସମସ୍ତ ଗେଟ୍ ବନ୍ଦ ରହିଛି । ତେବେ ସବୁ ଗେଟ୍ ବନ୍ଦ ହେଲା ପରେ ଜଳଭଣ୍ଡାରର ଜଳସ୍ତର ୬୨୮.୧୫ ଫୁଟ୍ ରହିଛି । ବର୍ତ୍ତମାନ ଜଳଭଣ୍ଡାରକୁ ୩୬୩୩୪ ଘନଫୁଟ ପାଣି ପ୍ରବେଶ କରୁଛି । କିନ୍ତୁ କେନାଲ୍, କାରଖାନା, ବିଦ୍ୟୁତ ଉତ୍ପାଦନ ପାଇଁ ୩୬୩୩୪ ଘନ ଫୁଟ୍ ପାଣି ପ୍ରତି ସେକେଣ୍ଡରେ ଜଳଭଣ୍ଡାରରୁ ଛଡାଯାଉଛି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0