ଆବୁଧାବି: ଆସନ୍ତା କାଲି ଆରମ୍ଭ ହେବାକୁ ଯାଉଛି ଆଇପିଏଲ-୨୦୨୦ର ୧୩ ତମ ସଂସ୍କରଣ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ) ୟୁଏଇରେ ଖେଳାଯାଉଛି । ପ୍ରଥମ ଥର ବିନା ଦର୍ଶକରେ ଆଇପିଏଲ ଆୟୋଜିତ ହେବ । ଶନିବାର ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗସ୍ଙ୍କ ମଧ୍ୟରେ ଉଦଘାଟନୀ ମ୍ୟାଚ ଖେଳାଯିବ ।
ପ୍ରଥମ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସର ପଲ୍ଲା ଭାରି ଲାଗୁଛି। ରୋହିତ, କ୍ଵିଣ୍ଟନ ଡିକକ୍, ସୂର୍ୟ୍ୟକୁମାର ଯାଦବ, ଇଶାନ କିଶନ, ପାଣ୍ଡ୍ୟା ଭ୍ରାତା, କିରଣ ପୋଲାର୍ଡ ବ୍ୟାଟିଂ ଭାର ସମ୍ଭାଳିବେ। ଟ୍ରେଣ୍ଟ ବୋଲ୍ଡ ଓ ନାଥନ କୁଲଟର ନାଇଲ୍ ମଧ୍ୟ ଦଳରେ ଅଛନ୍ତି। ଅନ୍ୟପଟେ ଚେନ୍ନାଇ ଦଳରେ ଦୀର୍ଘ ବର୍ଷ ହେବ କୌଣସି ବିଶେଷ ପରିବର୍ତ୍ତନ ହୋଇ ନାହିଁ। ଧୋନୀଙ୍କ ସବୁଠୁ ବିଶ୍ଵସ୍ତ ସିପାହୀ ସୁରେଶ ରୈନା ଚଳିତ ଆଇପିଏଲରେ ନଜର ଆସିବେ ନାହିଁ। ମାତ୍ର ଚେନ୍ନାଇ ପାଖରେ ସେନ ଓ୍ଵାଟସନ, ଅମ୍ବତି ରାୟୁଡୁ, କେଦାର ଯାଦବ, ଜାଡେଜା ଓ ବ୍ରାଭୋଙ୍କ ପରି ମ୍ୟାଚ୍ ବିଜେତା ଅଛନ୍ତି। ମିସେଲ ସାଣ୍ଟନର ଓ ଲୁଙ୍ଗି ଗିଡି ମଧ୍ୟ ଚୟନ ପାଇଁ ଉପଲବ୍ଧ ଅଛନ୍ତି। ଚେନ୍ନାଇ ସୁପରକିଙ୍ଗ୍ସ ଇଣ୍ଡିଆନ ପ୍ରିମିୟର ଲିଗ୍ରେ ମୋଟ୍ ୩୮୪୦ ଟି-୨୦ ମ୍ୟାଚ୍ ଖେଳିଛନ୍ତି। ଏହି ଅନୁଭବ ଦଳକୁ ବହୁତ ଫାଇଦା ଦେଇଛି। ହେଲେ ଏଥିରୁ ଅନେକ ଖେଳାଳି ବହୁତ ସମୟ ହେବ ପ୍ରତିଯୋଗିତାମୂଳକ କ୍ରିକେଟ୍ ଖେଳି ନାହାନ୍ତି। ସାତ ଖେଳାଳି ତ ୨୦୨୦ରେ କୌଣସି ପ୍ରତିଯୋଗିତାମୂଳକ ମ୍ୟାଚ୍ ଖେଳି ନାହାନ୍ତି। ୨୦୧୪ରେ ଯେବେ ଆଇପିଏଲର ପ୍ରଥମ ପର୍ୟ୍ୟାୟ ୟୁଏଇରେ ଖେଳା ଯାଇଥିଲା, ଚେନ୍ନାଇ ୫ଟିରୁ ୪ଟି ମ୍ୟାଚ୍ ଜିତିଥିଲା।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0