ଭୁବନେଶ୍ୱର () ଆଜିଠୁ ଘରେ ରହି ଟିଭିରେ ଚିକିତ୍ସା ସମ୍ବନ୍ଧରେ ଟିପ୍ସ ଜାଣିବେ କୋରୋନା ଆକ୍ରାନ୍ତ । ଏମିତି ଏକ ସୂଚନା ଆଜି ଦେଇଛନ୍ତି ରାଜ୍ୟ ସରକାର । ରାଜ୍ୟରେ ବର୍ତ୍ତମାନ ସର୍ବାଧିକ ସାମାନ୍ୟ ଲକ୍ଷଣ ଯୁକ୍ତ କୋରୋନା ରୋଗୀ ଚିହ୍ନଟ ହେଉଥିବା ବେଳେ, ସମସ୍ତେ ହୋମ ଆଇସୋଲେସନରେ ରହୁଛନ୍ତି । ତେଣୁ ବର୍ତ୍ତମାନ ପରିପ୍ରେକ୍ଷୀରେ ଘରେ ରହୁଥିବା ଆକ୍ରାନ୍ତ ମାନଙ୍କୁ ଟିଭି ଜରିଆରେ ବିଶେଷଜ୍ଞ ମାନେ ଜଣାଇବେ ଚିକିତ୍ସା ପଦ୍ଧତି ।
ଆଜି ଠାରୁ ବିଶେଷଜ୍ଞ ମାନେ ଟେଲିଭିଜନ ମାଧ୍ୟମରେ ହୋମ ଆଇସୋଲେସନରେ ରହୁଥିବା କୋରୋନା ଆକ୍ରାନ୍ତଙ୍କୁ ଜଣାଇବେ ଘରେ ରହି କିପରି କୋରୋନାର ଉପଚାର କରିପାରିବେ ।ରାଜ୍ୟରେ ଗତ ଏକ ମାସ ଧରି ୪ ହଜାର ଉପରେ ଆକ୍ରାନ୍ତ ଚିହ୍ନଟ ଟ୍ରେଣ୍ଡ ରହୁଛି । ବର୍ତ୍ତମାନ ସାମାନ୍ୟ ଲକ୍ଷଣ ଥିବା ଆକ୍ରାନ୍ତ ସର୍ବାଧିକ ଚିହ୍ନଟ ହେଉଛନ୍ତି । ଯାହାକୁ ଦୃଷ୍ଟିରେ ରଖି ସରକାର ଆପଣାଇଛନ୍ତି ଏପରି ନୂଆ ତରିକା ।



Visitors Today : 3
Total Visitors : 130172
Total Views : 9891619
Visitors Online Now : 0