ନୂଆଦିଲ୍ଲୀ:ଦେଶରେ ରେଳ ଯାତ୍ରୀଙ୍କ ପାଇଁ ରେଳବାଇ ପକ୍ଷରୁ ସ୍ୱତନ୍ତ୍ର ସୁବିଧା । ଆଉ ବିନା ଏସିରେ ଗଡ଼ିବନି କୌଣସି ଟ୍ରେନ । ଅନ୍ୟପଟେ ଏଥିପାଇଁ ଅଧିକ ଟଙ୍କା ମଧ୍ୟ ଦେବାକୁ ପଡ଼ିବ ନାହିଁ । ଏପରି ଏକ ବଡ଼ ନିଷ୍ପତି ନେଇ ଛନ୍ତି ଭାରତୀୟ ରେଳ ବିଭାଗ ।
ସୂଚନା ଅନୁସାରେ, ସ୍ଲିପର ଏବଂ ଜେନେରାଲ କୋଚକୁ ପରିବତ୍ତନ କରି ଏସି କୋଚରେ ପରିଣତ କରିବାକୁ ରେଳବିଭାଗ ଯୋଜନା କରୁଛି । ଏଥିପାଇଁ ପ୍ରତ୍ୟେକ କୋଚରେ ପ୍ରାୟ ୩କୋଟି ଟଙ୍କା ଖର୍ଚ୍ଚ ହେବ । ଅନ୍ୟପଟେ କପୁରଥାଲା ରେଳ କୋଚ ଫାକ୍ଟ୍ରିରେ କାମ ଆରମ୍ଭ ହେଇସାରିଲାଣି । ପ୍ରଥମ ପର୍ଯ୍ୟାୟରେ ୨୩୦ କୋଚ ତିଆରି କରାଯାଉଥିବା ବେଳେ ବଗି ଗୁଡ଼ିକରେ ୭୨ ସିଟ ବଦଳରେ ୮୩ ସିଟ ରହିବ । ଏପରି କୋଚରୁ ଅଧିକ ଟଙ୍କା ଆଦାୟ ହୋଇପାରିବ ବୋଲି ରେଳ ବିଭାଗ କହିଛି । ଆଗାମୀ ଦିନ ମାନଙ୍କରେ ଏପରି ନୂଆ ନିୟମ ଲାଗୁ ହେଲେ ଯାତ୍ରୀମାନେ ବହୁତ ସୁବିଧାରେ ଯିବେ ବୋଲି ରେଳବାଇ ପକ୍ଷରୁ ସୂଚନା ମଳିଛି ।



Visitors Today : 2
Total Visitors : 130171
Total Views : 9891617
Visitors Online Now : 0