ୱାସିଂଟନ: ଭାରତ ପରେ ଏବେ ଆମେରିକାରେ ମଧ୍ୟ ବ୍ୟାନ ହେବାକୁ ଯାଉଛି ଚାଇନା ଆପ ଟିକଟକ । ଏନେଇ ଟ୍ରମ୍ପ ପ୍ରଶାସନ ଆସନ୍ତା ରବିବାରକୁ ଏକ ନିର୍ଦେଶନାମା ଜାରି କରିବାର ସମ୍ଭାବନା ରହିଛି । ଆମେରିକା ସରକାର ଚୀନର ଏକ କ୍ଷୁଦ୍ର ଭିଡ଼ିଓ ଆପ ଟିକଟକକୁ ବ୍ୟାନ କରିବାକୁ ନିଷ୍ପତି ନେଇଛନ୍ତି । ତାହା ସହିତ ଚୀନର ମେସେଜିଂ ଆପ ସେୟାରଚାର୍ଟକୁ ମଧ୍ୟ ବ୍ୟାନ କରିବେ ବୋଲି ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତା ରବିବାର ପୂର୍ବରୁ ଯଦି ଟିକଟକକୁ ଆମେରିକାର କୌଣସି ବ୍ୟବସାୟ କମ୍ପାନୀ କିଣନ୍ତି ତାହେଲେ ଏହି ବ୍ୟାନ ଟଳିବାର ସମ୍ଭାବନା ରହିଛି । ଉଲ୍ଲେଖଯୋଗ୍ୟ, ଗତ ଜୁନ ୨୯ ତାରିଖରେ ଭାରତ ସରକାର ଚୀନର ୫୯ ଟି ଆପକୁ ବ୍ୟାନ କରିଥିଲେ । ଭାରତର ଏଭଳି ପଦକ୍ଷେପକୁ ଆମେରିକାର ବୈଦେଶିକ ସଚିବ ମଧ୍ୟ ସମର୍ଥନ ଜଣାଇଥିଲେ । ତାହା ସହିତ ଆମେରିକାରେ ମଧ୍ୟ ଏପରି ପଦକ୍ଷେପ ନେବେ ବୋଲି ସେ ସେତେବେଳେ କହିଥିଲେ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0