ନୂଆଦିଲ୍ଲୀ: ଆସନ୍ତା ୨-୩ ଦିନ ଭିତରେ ଭାରତ-ଚୀନ ମଧ୍ୟରେ ପୁଣି ଏକ କମାଣ୍ଡର ସ୍ତରୀୟ ଆଲୋଚନା ଅନୁଷ୍ଠିତ ହେବ । ପୂର୍ବରୁ ଭାରତ ତରଫରୁ ରଖାଯାଇଥିବା ଦାବି ଗୁଡିକ ଚୂଡାନ୍ତ କରିବାକୁ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ଅଧ୍ୟକ୍ଷତାରେ ଏହା ଅନୁଷ୍ଠିତ ହୋଇଛି । ଦୁଇ ସେନାକୁ ସମାନ ସମୟରେ ସଂପୂର୍ଣ୍ଣ ପ୍ରତ୍ୟାହାର କରିବା ପାଇଁ ଭାରତ ଦାବି କରିବ ବୋଲି ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି । ଗତ ମେ ମାସଠାରୁ ପୂର୍ବ ଲଦାଖରେ ଚୀନ ପକ୍ଷରୁ ହଜାର ହଜାର ଯବାନଙ୍କୁ ମୁତୟନ କରିଛି । ଏହାକୁ ନେଇ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଜାରି ରହିଛି । ଗତ ଜୁନ ୧୫ ତାରିଖ ରାତିରେ ଗଲଓ୍ଵାନ ଘାଟିରେ ଭାରତ ଓ ଚୀନ ସୈନ୍ୟଙ୍କ ମଧ୍ୟରେ ହୋଇଥିବା ରକ୍ତାକ୍ତ ସଂଘର୍ଷ ଯୋଗୁଁ ଭାରତର ୨୦ ସୈନ୍ୟ ସହିଦ ହୋଇଥିଲେ । ଏହା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଜାରି ରହିଛି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0