ଦୁବାଇ: ବାମହାତୀ ଅଲରାଉଣ୍ଡର ସୁରେଶ ରାଇନା ଓ ଦକ୍ଷ ଅଫସ୍ପିନର ହରଭଜନ ସିଂହଙ୍କ ଅନୁପସ୍ଥିତି ଚେନ୍ନାଇ ସୁପରକିଙ୍ଗ୍ସ ପାଇଁ ଚିନ୍ତାର ବିଷୟ ପାଲଟିଛି । ସେହିଭଳି ଯୁବ ଖେଳାଳିଙ୍କ ଅଭାବ ପାଇଁ ମଧ୍ୟ ଏହି ଦଳର ଚତୁର୍ଥ ଆଇପିଏଲ୍ ଟ୍ରଫି ବିଜୟ ଆଶା ଅକାଳରେ ମଉଳି ଯିବାର ସମ୍ଭାବନା ରହୁଛି ।

ଏଭଳି ଆକଳନ କରିଛନ୍ତି ଭାରତୀୟ କ୍ରିକେଟର ତଥା ପ୍ରତିଷ୍ଠିତ ଭାଷ୍ୟକାର ସୁନିଲ ଗାଭାସ୍କର। ଅଭିଜ୍ଞ ଏବଂ ଯୁବ ଖେଳାଳିଙ୍କ ସନ୍ତୁଳନର ଅଭାବ ମଧ୍ୟ ଏଥର ମହେନ୍ଦ୍ର ସିଂହ ଧୋନିଙ୍କ ଦଳ ପାଇଁ ଆଉ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇପାରେ ବୋଲି ସେ ଆଶଙ୍କା ଜାହିର କରିଛନ୍ତି।



Visitors Today : 1
Total Visitors : 130424
Total Views : 9891955
Visitors Online Now : 0