spot_img

କୋଭିଡ କଟକଣା ନ ମାନି ଡିଜେ ଡ୍ୟାନ୍ସରେ ଜମିଲା ବିଶ୍ୱକର୍ମା ଭସାଣି ଉତ୍ସବ

ଜଳେଶ୍ୱର: ମହାମାରୀ କରୋନା ସମୟରେ ଚାଲିଲା ବିଶ୍ୱକର୍ମା ଭସାଣି ଉତ୍ସବ । ଶହ ଶହ ଲୋକଙ୍କ ମଧ୍ୟରେ ଜମିଲା ବିଶ୍ୱକର୍ମା ଭସାଣି । ନା ଥିଲା ସାମାଜିକ ଦୂରତା, ନା କେହି ପିନ୍ଧିଥିଲେ ମାସ୍କ । ଡିଜେ ଗୀତର ତାଳେ ତାଳେ ଝୁମି ଯାଉଥିଲେ ଅନେକ ସଂଖ୍ୟାର ଲୋକେ । ଖୁଲମଖୁଲା ଭାବେ ଚାଲିଥିଲା ଏହି ଭସାଣି ଉତ୍ସବ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଳା ବାଳିଆପାଳ ଥାନା ଅନ୍ତର୍ଗତ ଚୌମୁଖ ଏବଂ ଡଗରା ଗ୍ରାମରେ । ବିଶ୍ୱକର୍ମା ପୂଜା କରି ଭସାଣି ଉତ୍ସବରେ ଡିଜେ ବଜାଇ ନାଚି ବେଶ ମଜା ନେଇଥିଲେ ଶହଶହ ସଂଖ୍ୟାର ଲୋକେ । କୋଭିଡ କଟକଣାକୁ ଫୁ କରି ସଭିଏଁ ମିଶି ଡିଜେ ଡ୍ୟାନ୍ସର ଭଜା ନେଉଥିଲେ । ଏଠାରେ ସତେ ଯେମିତି ନା କେହି ରୋକିବା ପାଇଁ ଥିଲେ ନା କେହି ସଚେତନ କରିବାପାଇଁ ଥିଲେ । ଯାହାର ମୌକା ନେଇ ଆରମ୍ଭ ହୋଇଯାଇଥିଲା ସାମାଜିକ ଦୂରତା ନିୟମର ଉଲ୍ଲଘଂନ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular