ଭୁବନେଶ୍ୱର: ଦିନକୁ ଦିନ ରାଜ୍ୟରେ ବେକାବୁ ହେଉଛି କରୋନା ସଂଖ୍ୟ । ୨୪ ଘଣ୍ଟା ମଧ୍ୟରେ ଆମ ରାଜ୍ୟ ଓଡ଼ିଶାର ୩୦ଟି ଜିଲ୍ଲାରୁ ୪ ହଜାର ୨ ଶହ ୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୭୫ ହଜାର ୫୫୦କୁ ବୃଦ୍ଧି ପାଇଛି । ଆଜି ଚିହ୍ନଟ ହୋଇଥିବା ୪ ହଜାର ୨ ଶହ ୯ ଜଣ କରୋନା ପଜିଟିଭ୍ଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୨୪୪୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ , ଲୋକାଲ କେସ୍ ଅଛନ୍ତି ୧୭୬୮ ଜଣ । ତେବେ ଖୋର୍ଦ୍ଧା ଜିଲ୍ଲାରୁ ଆଜି ସର୍ବାଧିକ ୬୬୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ , କଟକରୁ ୪୯୧ ଜଣ, ପୁରୀରୁ ୩୨୬ ଜଣ, ରାୟଗଡ଼ାରୁ ୯୨ଜଣ, ଭଦ୍ରକରୁ ୪୩ ଜଣ, ମୟୂରଭଞ୍ଜରୁ ୧୦୭ ଜଣ, ସୁନ୍ଦରଗଡ଼ରୁ ୧୨୧ ଜଣ, ବରଗଡ଼ରୁ ୧୧୬ ଜଣ, କେନ୍ଦୁଝରରୁ ୭୨ ଜଣ, ଗଞ୍ଜାମରୁ ୬୫ ଜଣ, ନବରଙ୍ଗପୁରରୁ ୧୦୨ ଜଣ, କେରାପୁଟରୁ ୧୧୪ ଜଣ, ସମ୍ବଲପୁରରୁ ୧୫୪ ଜଣ, ନୟାଗଡ଼ରୁ ୪୭ ଜଣ, ସୁବର୍ଣ୍ଣପୁରରୁ ୮୩ ଜଣ, ଜଗତସିଂହପୁରରୁ ୧୪୬ ଜଣ, ଅନୁଗୁଳରୁ ୧୦୯ ଜଣ, କେନ୍ଦ୍ରାପଡ଼ାରୁ ୧୨୩ ଜଣ, ବୌଦ୍ଧରୁ ୫୫ ଜଣ, ବଲାଙ୍ଗିରରୁ ୭୮ ଜଣ, ନୂଆପଡ଼ାରୁ ୫୨ ଜଣ, ଝାରସୁଗୁଡ଼ାରୁ ୮୦ ଜଣ, କଳାହାଣ୍ଡିରୁ ୯୦ ଜଣ, କନ୍ଧମାଳରୁ ୧୦୨ ଜଣ, ଦେବଗଡ଼ରୁ ୨୩ ଜଣ, ଯାଜପୁରରୁ ୧୭୬ ଜଣ, ଢ଼େଙ୍କାନାଳରୁ ୮୦ ଜଣ, ଗଜପତିରୁ ୪୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମାଲକାନାଗିରିରୁ ୬୩ ଜଣ ଓ ବାଲେଶ୍ୱରରୁ ୧୮୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।



Visitors Today : 4
Total Visitors : 130173
Total Views : 9891620
Visitors Online Now : 0