ଭୁବନେଶ୍ବର : ଓଡ଼ିଆ ସମ୍ବାଦ ପ୍ରକାଶନ ଶିଳ୍ପର ଜଣାଶୁଣା ବ୍ୟକ୍ତି ତଥା ‘ସମ୍ବାଦ’ର ପ୍ରକାଶକ ବିଜୟ କୁମାର ପଟ୍ଟନାୟକଙ୍କର ଆଜି ସକାଳେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଛି। ପ୍ରାୟ ଏକ ମାସ ହେବ ସେ କରୋନାରେ ଆକ୍ରାନ୍ତ ହୋଇ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଆଜି ସକାଳେ ହଠାତ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଥିଲା। ଡାକ୍ତରମାନଙ୍କର ବହୁ ପ୍ରଚେଷ୍ଟା ସତ୍ତ୍ବେ ତାଙ୍କର ଜୀବନ ରକ୍ଷା କରାଯାଇ ପାରି ନ ଥିଲା। ଜଣେ ମେଳାପୀ, ପରୋପକାରୀ ଓ ସହୃଦୟ ବ୍ୟକ୍ତି ଭାବରେ ବେଶ୍ ପରିଚିତ ଥିଲେ ବିଜୟ କୁମାର ପଟ୍ଟନାୟକ। ମୃତ୍ୟୁ ବେଳକୁ ତାଙ୍କୁ ୬୨ବର୍ଷ ହୋଇଥିଲା। ତାଙ୍କର ବିୟୋଗରେ ବିଭିନ୍ନ ପରିସରରେ ଶୋକର ଛାୟା ଖେଳିଯାଇଛି।



Visitors Today : 2
Total Visitors : 130428
Total Views : 9891959
Visitors Online Now : 0