spot_img

ଉତ୍ତର ପ୍ରଦେଶରେ ହେବ ଦେଶର ସବୁଠାରୁ ସୁନ୍ଦର ଫିଲ୍ମ ସିଟି: ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ: ବଲିଉଡ଼୍ ଡ୍ରଗ୍ ସଂପୃକ୍ତିକୁ ନେଇ ଦେଶବ୍ୟାପୀ ଚର୍ଚ୍ଚା ଓ ମହାରାଷ୍ଟ୍ରରେ ଚାଲିଥିବା ହଙ୍ଗାମା ଭିତରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୁକ୍ରବାର ଦିନ ଏକ ବଡ଼ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କହିବାନୁସାରେ ୟୁପିରେ ଦେଶର ସବୁଠାରୁ ସୁନ୍ଦର ଫିଲ୍ମ ସିଟି ତିଆରି ହେବ । ଏଥିପାଇଁ ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ କାର୍ଯ୍ୟଯୋଜନା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନା ଅନୁସାରେ ନୋଏଡା କିମ୍ବା ଗ୍ରେଟର ନୋଏଡ଼ାରେ ଏହି ଫିଲ୍ମ ସିଟି ନିର୍ମିତ ହେବ । ତାଙ୍କ କହିବାନୁସାରେ ବର୍ତ୍ତମାନ ସମୟରେ ଭାରତରେ ଏକ ଭଲ ଫିଲ୍ମସିଟିର ଆବଶ୍ୟକତା ଅଛି । ଉତ୍ତର ପ୍ରଦେଶ ଏହାର ଭାର ଉଠାଇବାକୁ ପ୍ରସ୍ତୁତ ଅଛି । ସେ ଆହୁରି ମଧ୍ୟ କହିଛନ୍ତି କି ଫିଲ୍ମସିଟି ପାଇଁ ନୋଏଡ଼ା, ଗ୍ରେଟର ନୋଏଡ଼ା ଓ ଯମୁନା ଏକ୍ସପ୍ରେସ ୱେର କ୍ଷେତ୍ର ସର୍ବୋତ୍ତମ ହେବ । ଏହି ଫିଲ୍ମସିଟି ଫିଲ୍ମ ନିର୍ମାତାମାନଙ୍କୁ ଏକ ସୁନ୍ଦର ବିକଳ୍ପ ପ୍ରଦାନ କରିବ । ଏହା ଛଡ଼ା ଏହା ରୋଜଗାର ଦୃଷ୍ଟିରୁ ମଧ୍ୟ ଏକ ଉପଯୋଗୀ ପ୍ରୟାସ ହେବ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular