ବଲାଙ୍ଗିର: କରୋନା ମହାକାଳରେ ସଂକ୍ରମଣ ରୋକିବା ପାଇଁ ସରକାର ସମସ୍ତ ସରପଞ୍ଚଙ୍କୁ ଜିଲ୍ଳାପାଳର କ୍ଷମତା ଦେଇଥିଲେ । ଇତି ମଧ୍ୟରେ ଜିଲ୍ଳାପାଳଙ୍କ କ୍ଷମତାକୁ ଅପବ୍ୟବହାର କରି ଆଗଲପୁର ବ୍ଲକ ସାଲେଭଟା ପଞ୍ଚାୟତ ସରପଞ୍ଚ ହେମକାନ୍ତି ମୁଣ୍ଡା ଏବେ ଚର୍ଚ୍ଚାରେ । ସୂଚନା ଅନୁସାରେ, ସାଲେଭଟା ପଞ୍ଚାୟତ ସରପଞ୍ଚ ହେମକାନ୍ତି ମୁଣ୍ଡା ନିଜ ଜିଲ୍ଲାପାଳ କ୍ଷମତାର ଅପବ୍ୟବହାର କରିଥିଲେ । ସେ ୬ ଆଦିବାସୀ ପରିବାରଙ୍କୁ ମିଳିଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘରକୁ ବୁଲଡ଼ୋଜର ଚଢାଇ ମାଟିରେ ମିଶେଇ ଦେଇଥିଲେ । ଅନ୍ୟପଟେ ଜିଲ୍ଲା ପ୍ରଶାସନ ରିପୋର୍ଟ ଆଧାରରେ ହେମକାନ୍ତିଙ୍କୁ ପଞ୍ଚାୟତିରାଜ ବିଭାଗ ନିଲମ୍ବିତ କରିଛି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0