ଭୁବନେଶ୍ୱର: ଦେବୀ ମିଶ୍ରଙ୍କ ଘରେ ସିବିଆଇ ରେଡ ନେଇ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନଙ୍କ ପ୍ରତିକ୍ରିୟା ଜାଣିବାକୁ ମିଳିଛି । ସିବିଆଇ ବିଜେପିର ମୋର୍ଚ୍ଚା ନୁହେଁ, ଏହା ଏକ ସ୍ୱାଧୀନ ସଂସ୍ଥା । କେବଳ ଦେବୀ ମିଶ୍ର ନୁହଁନ୍ତି, ବହୁ ନେତା, ଅଫିସର ଏଥିରେ ସଂପୃକ୍ତ । ଚିଟ୍ ଫଣ୍ଡ ସ୍କାମରେ ସଂପୃକ୍ତ ସମସ୍ତେ ଦଣ୍ଡ ପାଇବେ । ବିଜେଡ଼ି ସିବିଆଇକୁ ଏତେ ଭୟ କାହିଁକି କରୁଛି ବୋଲି ପୃଥ୍ୱୀରାଜ କହିଛନ୍ତି । ସିବିଆଇ ସ୍ୱାଧୀନ ସଂସ୍ଥା, କାହା ଉପରେ କାର୍ଯ୍ୟାନୁଷ୍ଠାନ ହେବ, ତାହା ସେମାନଙ୍କର ନିଷ୍ପତ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ସିବିଆଇ କାର୍ଯ୍ୟ କରୁଛି, ତଦନ୍ତ ନିଷ୍କର୍ଷରେ ପହଂଞ୍ଚିବା ଆଶା ଅଛି ବୋଲି ପୃଥ୍ୱୀରାଜ କହିଛନ୍ତି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0