ଭୁବନେଶ୍ୱର: ଦେବୀ ମିଶ୍ରଙ୍କ ଘରେ ସିବିଆଇ ରେଡ୍ ନେଇ କଂଗ୍ରେସ ତ’ର ପ୍ରତିକ୍ରିୟା ରଖିଛି । ୭ ବର୍ଷ ହେଲା ସିବିଆଇ କେଉଁଠି ଥିଲା ବୋଲି ତାରାପ୍ରସାଦ ବାହିନୀପତି କହିଛନ୍ତି । ସିବିଆଇ ବିଜେପିର କଣ୍ଢେଇ । ଇନକ୍ୱାରି, ରେଡ୍ ସବୁ ଲୋକ ଦେଖାଣିଆ । ରେଡ୍ ହେଉ, କିନ୍ତୁ ନବୀନ ନିବାସର ଲୋକଙ୍କ ଘରେ କାହିଁକି ରେଡ୍ କରାଯାଉନି ବୋଲି ସେ ପ୍ରଶ୍ନ କରିଛନ୍ତି । ରେଡକୁ ମନା ନାହିଁ । ରାଜ୍ୟ ସରକାରଙ୍କ ଉପରେ ବି ତଦନ୍ତ ହେବା ଦରକାର । ବିଜେପି, ବିଜେଡ଼ି ଗୋଟିଏ । କିନ୍ତୁ ନିର୍ବାଚନ ସମୟରେ ଦୁଇ ଦଳ ଅଲଗା ବୋଲି ପ୍ରଦର୍ଶନ କରିଥାଆନ୍ତି । ଏବେ କେବଳ ଚିଟ୍ ଫଣ୍ଡ ଉପରେ ରାଜନୀତି ହେଉଛି । କିନ୍ତୁ ଏଥିରେ କିଛି ଫାଇଦା ନାହିଁ ବୋଲି ସେ କହିଛନ୍ତି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0