spot_img

ସ୍ୱାମୀଙ୍କ ନାଁରେ ନିର୍ଯାତନାର ଅଭିଯୋଗ ଆଣିଲେ ମହିଳା IIC

ରାଉରକେଲା: ସ୍ୱାମୀଙ୍କ ନାଁରେ ନିର୍ଯାତନାର ଅଭିଯୋଗ ଆଣି ନ୍ୟାୟ ପାଇଁ ଥାନାରେ ଦ୍ୱାରସ୍ଥ ହୋଇଛନ୍ତି ସୁନ୍ଦରଗଡ ଜିଲ୍ଲା ବୀରମିତ୍ରପୁର ଥାନା IIC ସ୍ନିଗ୍ଧାରାଣୀ ସୁନା । ରାଉରକେଲା ସରକାରୀ କଲେଜରେ ଅଧ୍ୟାପକ ଥିବା ସ୍ୱାମୀଙ୍କ ନାଁରେ ଏପରି ସଙ୍ଗିନ ଅଭିଯୋଗ ଆଣିଛନ୍ତି ସ୍ନିଗ୍ଧାରାଣୀ । ରଘୁନାଥପାଲି ଥାନାରେ IIC ସ୍ନିଗ୍ଧାରାଣୀ ଲିଖିତ ଅଭିଯୋଗ କରିଛନ୍ତି, ଯେ ୧୩ ବର୍ଷ ପୂର୍ବେ ତାଙ୍କର ବିବାହ ହୋଇଥିଲା । ହେଲେ ବିବାହର ୩ ବର୍ଷ ପରଠୁ ତାଙ୍କ ସ୍ୱାମୀ ତାଙ୍କୁ ଶାରୀରିକ, ମାନସିକ ନିର୍ଯାତନା ଦେଇ ଆସୁଛନ୍ତି । ଏତଦ୍ ବ୍ୟବତୀତ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ମଧ୍ୟ ଆଣିଛନ୍ତି ସ୍ନିଗ୍ଧାରାଣୀ । ନିର୍ଯାତନା ଅସହ୍ୟ ହେବାରୁ ସ୍ନିଗ୍ଧାରାଣୀ ରଘୁନାଥପାଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏହାପରେ ରଘୁନାଥପାଲି ଥାନା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular