ନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରି ଏକ ଆଦିବାସୀ ବହୁଳ ଅଞ୍ଚଳ ହୋଇଥିବାରୁ ଦିନକୁ ଦିନ ଚୋରା ମଦ କାରବାର ବଢିଚାଲିଛି । ସବୁକିଛି ଜାଣି ସୁଦ୍ଧା ପୁଲିସ ଓ ଅବକାରୀ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନେଉନଥିବାର ଅଭିଯୋଗ ଆସିଛି ।
ସୂଚନା ଅନୁସାରେ, ପାହାଡ଼, ଜଙ୍ଗଲ ଓ ନଈ ଥିବାରୁ ମଦ ମାଫିଆମାନେ ଏହାର ସୁଯୋଗ ନେଇ ଦେଶୀ ମଦ ରାନ୍ଧି ବାହାରକୁ ଚାଲାଣ କରୁଥିବାର ଜଣାଯାଇଛି। କିଛିଦିନ ପୂର୍ବରୁ ସିଆଡ଼ିମାଳ ପଂଚାୟତ କୂଳଡ଼ିହାରେ ଥିବା ବୁଗାଳିବନ୍ଧ ଅଂଚଳରେ ଦେଶୀ ମଦ ରନ୍ଧାଯାଉଥିବାର ବିଶେଷ ସୁତ୍ରରୁ ଖବର ମିଳିଥିଲା । । ଏହି ଖବର ପ୍ରକାଶ ପାଇବା ପରେ ତିନି ଦିନ ପରେ ଚଢ଼ାଉ ହୋଇଥିଲା । ସେତବେଳକୁ ମଦ ବେପାରୀମାନେ ମଦ ରନ୍ଧା ସାମଗ୍ରୀ ଅନ୍ୟତ୍ର ସ୍ଥାନାନ୍ତର କରିଦେଇଥିଲେ। ଏନେଇ ଅବକାରୀ ବିଭାଗର କାର୍ୟ୍ୟଦକ୍ଷତା ସନ୍ଦେହ ଘେରକୁ ଆସିଥିଲା। ତେବେ ଚୋରା ମଦ କାରବାର ରୋକିବାକୁ ନୀଳଗିରିରେ ଅବକାରୀ ବିଭାଗ ଥିଲେ ମଧ୍ୟ ଏହା କମିବାରେ ନାମ ନେଉନି । । ବଡ଼ବଡ଼ ବେପାରୀଙ୍କୁ ନଧରି ଗାଁଗହଳିରେ ବିକ୍ରିକରୁଥିବା ବେପାରୀଙ୍କ ଠାରୁ ୫ ଲିଟର, ୧୦ ଲିଟର ମଦ ଧରି କେଶ୍ ବୃଦ୍ଧିକରି ଉପରିସ୍ଥ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରୁଥିବାର ଅଭିଯୋଗ ଆସିଛି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0