spot_img

ଦିଲ୍ଲୀ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ବର୍ଷା, ହିମାଞ୍ଚଳ ପ୍ରଦେଶରେ ଭୂସ୍ଖଳନ

ନୂଆଦିଲ୍ଲୀ: ଆସନ୍ତା ୧୨ ଘଣ୍ଟା ମଧ୍ୟରେ ରାଜସ୍ଥାନ, ହରିୟାନା, ଦିଲ୍ଲୀ, ପଶ୍ଚିମ ଉତ୍ତର ପ୍ରଦେଶ, ଛତିଶଗଡ, ବିଦର୍ଭ, ଓଡିଶା ପୂର୍ବ ମଧ୍ୟ ପ୍ରଦେଶ, ମଧ୍ୟ ମହାରାଷ୍ଟ୍ର, ମରାଠାବାଡା, ତାମିଲନାଡୁ ଏବଂ ପଣ୍ଡୁଚେରୀ ଗରମ ସହିତ ବର୍ଷା ହେବାର ସମ୍ଭାବନା ରହିଛି । ଉତ୍ତର-ପଶ୍ଚିମ ରାଜସ୍ଥାନରେ ଏକ ଘୃର୍ଣ୍ଣିବଳୟ ସୃଷ୍ଟି ହୋଇଛି । ସେପଟେ ଛତିଶଗଡ ଏବଂ ମଧ୍ୟପ୍ରଦେଶରେ ସୃଷ୍ଟି ଘୂର୍ଣ୍ଣିବଳୟ ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି । ଏହାର ପ୍ରଭାବରେ ଉତ୍ତରାଖଣ୍ଡ, ମଧ୍ୟପ୍ରଦେଶ, ଛତିଶଗଡରେ ବର୍ଷାର ସମ୍ଭାବନା ରହିଛି । ପଶ୍ଚିମ ରାଜସ୍ଥାନରେ ମୌସୁମୀ ବର୍ଷା ଯୋଗୁଁ ସେପ୍ଟେମ୍ବର ଦ୍ୱିତୀୟ ସପ୍ତାହ ବେଳକୁ ପରିସ୍ଥିତି ଅନୁକୂଳ ରହିବ । ଆସନ୍ତା ୧୨ ଘଣ୍ଟାରେ ରାଜସ୍ଥାନ, ହରିଆନା, ଦିଲ୍ଲୀ, ପଶ୍ଚିମ-ଉତ୍ତର ପ୍ରଦେଶ, ଛତିଶଗଡ, ବେଦର୍ଭ, ଓଡିଶା, ପୂର୍ବ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର, ମରାଠାବାଡା, ତାମିଲନାଡୁ ଏବଂ ପଣ୍ଡିଚେରୀରେ ଘଡଘଡି ସହିତ ଭିଷଣ ବର୍ଷା ହେବାର ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ତରଫରୁ ପୂର୍ବାନୁମାନ କରାଯାଇଛି । ସେପ୍ଟେମ୍ବର ୨୦ ରୁ ୪ ଦିନ ପର୍ଯ୍ୟନ୍ତ ଏହି ସ୍ଥାନଗୁଡିକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ବେଳେ ଆସନ୍ତା ୨ ସପ୍ତାହ ଯାଏଁ ଏହି ସ୍ଥାନଗୁଡିକରେ ସାମାନ୍ୟ ବର୍ଷା ହେବ । ଶନିବାର ରାଜଧାନୀ ଦିଲ୍ଲୀରେ ସାମାନ୍ୟ ବର୍ଷା ହୋଇଛି । ହିମାଞ୍ଚଳପ୍ରଦେଶର କାଙ୍ଗଡାରେ ପ୍ରକୃତିର ତାଣ୍ଡବ ଦେଖିବାକୁ ମିଳିଛି । ନଦୀମାନେ ଫୁଲିବାକୁ ଲାଗିଥିବା ବେଳେ ଉତ୍ତରାଖଣ୍ଡରେ ଭିଷଣ ଭୂଶଙ୍ଖଳନ ଦେଖିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular