କଟକ : କଟକ ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ କଏରାପାରୀ ଛକ ନିକଟରେ ଘଟିଛି ଏକ ମର୍ମନ୍ତୁଦ ଦୁର୍ଘଟଣା । ଏକ ଟ୍ରକ ବାଇକକୁ ଧକ୍କା ଦେବା ଫଳରେ ପୁଅର ମୃତ୍ୟୁ ହୋଇଥିବାବେଳେ ବାପା ଗୁରୁତର ଆହତ ହୋଇଥିବା ଜଣାପଡିଛି। ସୂଚନା ମୁତାବକ ଭୋର ସମୟରେ ଶାଳଗାଁ ପଞ୍ଚାୟତ ଖାଇ ପଡିଆ ଗ୍ରାମର ବଟକୃଷ୍ଣ ମହାରଣା ତାଙ୍କ ପୁଅ ପବନି ମହାରଣା ଏକ ବାଇକରେ ଛତିଆ ଅଭିମୁଖେ ଯାଉଥିବା ସମୟରେ କଏରାପାରୀ ଛକ ନିକଟରେ ପଛପଟରୁ ଏକ ଦଶଚକିଆ ଟ୍ରକ ପିଟି ଦେଇଥିଲା। ଦୁର୍ଘଟଣା ଘଟାଇ ଟ୍ରକଟି ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ପୁଅର ମୃତ୍ୟୁ ହୋଇଥିବା ସହ ବାପା ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକେ ପହଞ୍ଚି ବାପ- ପୁଅଙ୍କୁ ଏନ୍ ଏଚ ଆଇ ଆମ୍ବୁଲାନ୍ସରେ କଟକ ବଡ ମେଡିକାଲକୁ ପଠାଇ ଥିବା ଜଣାପଡିଛି । ଘଟଣାସ୍ଥଳରେ ଟାଙ୍ଗୀ ପୋଲିସ ପହଞ୍ଚି ବାଇକଟିକୁ ଜବତ କରିବା ସହ ତଦନ୍ତ ଜାରି ରଖିଛି।



Visitors Today : 3
Total Visitors : 130429
Total Views : 9891960
Visitors Online Now : 0